March 10, 2026

ଅଳଙ୍କାର ସଫେଇ ବାହାନାରେ ଦୁର୍ବୁତ୍ତ ମାନେ ଶାଶୁ ବୋହୂ ଠାରୁ ଠକି ନେଲେ ୨ ଲକ୍ଷ ଟଙ୍କାର ଗହଣା…

IMG-20250829-WA0043
Share

 

ଜଳେଶ୍ୱର ( ଦେବାଶିଷ ଦାଶ )

 

ଠକେଇ ନେଇ ସଦାବେଳେ ଦୁର୍ବୁତ୍ତ ମାନେ ମାୟା ଜାଲ ବିଛାଇ ରଖିଛନ୍ତି।ଟିକିଏ ଅସାବଧାନତା ହେଲେ ଚତୁରତାର ସହିତ ମୂଲ୍ୟବାନ ସମ୍ପତ୍ତି ହଡ଼ପ କରି ଚମ୍ପଟ ମାରୁଛନ୍ତି। ସେହି ଭଳି ଏକ ଠକେଇ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ବର ମ୍ୟୁନିସିପାଲିଟି ଅଧିନସ୍ଥ ପଥରପୁରା ଗ୍ରାମରେ। ଦ୍ୱିପ୍ରହରରେ ସସ୍ମିତା ବହେରା ଓ ଶାଶୂ କବିତା ବେହେରା ଘରେ ଥିବା ବେଳେ ୨ ଜଣ ଅଜଣା ଯୁବକ ବାଇକ୍ ଯୋଗେ ଗହଣା ସଫା ବାହାନାରେ ଘରେ ପହଞ୍ଚିଥିଲେ। ବୋହୂ ସସ୍ମିତା ଯୁବକମାନଙ୍କ କଥାକୁ ବିଶ୍ଵାସ କରି ଗୋଟିଏ ସୁନା ହାର,ଯୋଡ଼ାଏ ସୁନା କାନଫୁଲ ଓ ଗାଟିଏ ସୁନା ମୁଦି ସଫା କରିବା ପାଇଁ ଦେଇଥିଲେ।ଯୁବକ ମାନେ ଅଳଙ୍କାର ଗୁଡ଼ିକୁ ସଫା କରିବା ବାହାନାରେ ଏକ ପାଉଡର ମିଶ୍ରିତ ପ୍ୟାକେଟ ଭିତରେ ୨ ମିନିଟ୍ ରଖୁଛୁ ବୋଲି ଭରସା ଦେଇଥିଲେ।ପରେ ପ୍ୟାକେଟ ଦେଇ ସେମାନେ ଚମ୍ପଟ ମାରିଥିଲା ବେଳେ ଖାଲି ପ୍ୟାକେଟ ଦେଖି ଶାଶୂ ବୋହୂ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।ଲୁଟ୍ ଅଳଙ୍କାରର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଜଣାପଡ଼ିଥିବା ବେଳେ ଏଭଳି ଘଟଣାରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏଭଳି ଠକେଇ ପଦ୍ଧତି ପୁରୁଣା ହୋଇଥିବା ବେଳେ ଲୋକେ ସଚେତନ ନହେବାରୁ ବାରମ୍ୱାର ଏଭଳି ଚଞ୍ଚକତା ର ଶୀକାର ହେଉଛନ୍ତି ବୋଲି କୁହାଯାଉଛି