ଉମରକୋଟ ବ୍ଲକ ପଦ୍ମଝୋରୀ କୁ ସରକାରୀ ବସ ଚାଲିବା ପାଇଁ ଦାବୀ…….

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମେରକୋଟ ବ୍ଲକ ବେହେଡା ଅନ୍ତର୍ଗତ କେରିପଦାର ଓ ପଦ୍ମଝୋରୀ କୁ ସରକାରୀ ବସ୍ ଚଳାଚଳ ପାଇଁ ଦୀର୍ଘ ଦିନରୁ ଦାବି ହେଲେ ସୁଧା କେବଳ ସରକାରୀ ବସ୍ ତୋହରା ରୁ ଫେରିଆସୁଛି l ଯାହାକୁ ନେଇକି ଲୋକମାନେ ଅସନ୍ତୁଷ୍ଟ ହୋଇଛନ୍ତି l ତୋହରା ରୁ ପିଚୁ ରୋଡ ଥିଲେ ସୁଧା ବସ୍ ଯାଉନି l ଏହା ଏକ ଆଦିବାସୀ ଅଞ୍ଚଳ ହୋଇ ଥିବାରୁ ଲୋକଙ୍କ ମନରେ ଉଙ୍କି ମାରୁଛି କେବେ ଦେଖିବୁ ଆମେ ସରକାରୀ ଲଷ୍ମୀ ବସ୍ l କୋଡିଏ ଖଣ୍ଡ ଛୋଟ ଛୋଟ ଗାଁ ଥିବାରୁ ଲୋକ ମାନେ ବ୍ଲକ କୁ ଆସିବାକୁ ପଡୁଛି l ନିଜେ ପନିପରିବା ଚାଷ କରି କମ ରେଟରେ ବିକିବାକୁ ପଢୁଛି l ପ୍ରରିଶ୍ରମ କରି ଆଦିବାସୀ ମାନେ କିଛି ରୋଜଗାର କରିବା ସ୍ବପ୍ନ ନିଜ ଅଂଚଳ ରେ ହିଁ ରହିଯାଉଛି l ବ୍ଲକ ଓ ଜିଲ୍ଲାର ଫାଇଦା କିଛି ପାଇ ପାରୁନାହାନ୍ତି l ତେଣୁକରି ସରକାରୀ ବସ୍ ଏହି ଗାଁକୁ ଗଲେ ଲୋକ ମାନେ ଉପକୃତ ହେବେ l ସରକାର ଏ ଦିଗରେ ବିଚାର କଲେ ଏ ଅଞ୍ଚଳ ବାସୀ ଲାଭ ପାଇଥାନ୍ତେ l