ଯଶୋଦା ଫାଉଣ୍ଡେସନ ପକ୍ଷରୁ ଚାରା ବଣ୍ଟନ ଓ ବୃକ୍ଷ ରୋପଣ
ଛତ୍ରପୁର :ତା.୨୯/୭/୨୦୨୫(ଅରୁଣ କୁମାର ପଣ୍ଡା)ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ବଉଳଗାଁ ଗ୍ରାମପଞ୍ଚାୟତ ରୁକୁଣିଗାଁ ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ୨00 ବିଦ୍ୟାର୍ଥୀ ଗହଣରେ ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ ୪0 ଗୋଟି ଅଁଳା, ୩0 ଗୋଟି କରମଙ୍ଗା, ୨0 ଗୋଟି ପଣସ, ୨0 ଗୋଟି ପିଜୁଳି, ୨0 ଗୋଟି ନରକୋଳି, ୩0 ଗୋଟି ଡାଳିମ୍ବ, ୨0 ଗୋଟି ଓଉ, ୨0 ଗୋଟି ବଉଳ, ୨0 ଗୋଟି ଜାମକୋଳି, ୧0 ଗୋଟି କଦମ୍ବ, ୨0 ଗୋଟି କଇଠ ପ୍ରଭୃତି ଦୁଇଶହ ରୁ ଅଧିକ ବିଭିନ୍ନ କିସମର ଗଛ ଚାରା ବିଦ୍ୟାର୍ଥୀ ମାନଙ୍କୁ ଆବଣ୍ଟନ କରିବା ସହ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯଶୋଦା ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଶ୍ରୀମତୀ ସାଗରୀକା ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ସମାଜସେବୀ, ସାହିତ୍ୟିକ ଓ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ, ଶିକ୍ଷାବିତ୍ ସୋମନାଥ ସାହୁ, ସନ୍ତୋଷ ଶତପଥୀ, ପୁଷ୍ପା ସାହୁ, ସୁଦେଷ୍ଣା ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବୃକ୍ଷ ରୋପଣ ଏବଂ ଚାରା ଆବଣ୍ଟନ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରା,ଶିକ୍ଷୟତ୍ରୀ ସୁଦେଷ୍ଣା ବେହେରା, ସ୍ନିଗ୍ଧା ରାଣୀ ବେହେରା, ଗୀତାଞ୍ଜଳି ମହାନ୍ତି, ନିଦ୍ରାବତୀ ମୁଦି, ଲିପିକା ପ୍ରିୟଦର୍ଶିନୀ ରେଡି, ବିଦ୍ୟାଳୟ ସଭାପତି ଡମ୍ବୁରୁଧର ବେହେରା, ଦୁର୍ଯ୍ୟୋଧନ ପରିଡ଼ା, ସମିତି ସଭ୍ୟ ରାମ ପରିଡ଼ା ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
