October 7, 2024

କମ୍ରେଡ୍ ଚାରୁ ମଜୁମଦାରଙ୍କ ୫୨ତମ ସ୍ମୃତି ଦିବସ ପାଳିତ 

Share

ରାୟଗଡା :ଚଳିତ ମାସ ଜୁଲାଇ 28 ତାରିଖ ଦିନ ସାରା ଭାରତରେ ସି ପି ଆଇ (ଏମ ଏଲ) ଲିବରେସନ ର ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ ଚାରୁମଜୁମ ଦାର କଂ 52 ତମ ଶହୀଦ ଦିବସ ରେ ଗୁଣପୁର, ଗୁଡାରୀ, ରାମନାଗୁଡା, କୋଲନରା କେସିଂ ପୁର, ବିଷମକଟକ ବ୍ଲକରେ ସତାଧିକ ଗାଁ ମାନଙ୍କରେ ଶହିଦ ଦିବସ ପାଳନ କରାଯାଇଛି। କମ୍ରେଡ ଚାରୁମଜୁମ ଦାର ପଶ୍ଚିମବଙ୍ଗ ର ଦାର୍ଜିଲିଙ୍ଗ ଜିଲ୍ଲା ସିଲିଗୁଡି ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ l 1969 ମସିହାରେ ସିପିଆଇ (ଏମ୍ଏଲ) ଲିବରେସନ ପାର୍ଟୀ ଗଠନ କରିବା ସହ ଗରିବ ମେହନତି କୃଷକ ମାନଙ୍କ ଅଧିକାର ପାଇଁ ଜମି ଆଦୋଂଲନ କରିବା ଫଳରେ ସାରା ଦେଶରେ କୃଷି ଆଦୋଂଲନ ବ୍ୟାପକ ହେଲା। ପାଟନାରେ ୧୧ତମ ପାର୍ଟି କଂଗ୍ରେସ ସମସ୍ତ ଶକ୍ତି ଦେଇ ଭାରତୀୟ ଫାଶୀବାଦର ପ୍ରତିରୋଧକୁ ତୀବ୍ର କରିବା ପାଇଁ ପାର୍ଟିକୁ ନିର୍ଦ୍ଦେଶ ଦେଇଥିଲା । ଏହି ଲଢେଇରେ ୨୦୨୪ ସାଧାରଣ ନିର୍ବାଚନ ଭାରତର ଜନଗଣଙ୍କ ପାଇଁ ଏକ କଠିନ ପରୀକ୍ଷା ଥିଲା । ଏହି ଲଢ଼େଇରେ ଜନଗଣ ଫାସିବାଦୀ ଶାସକଙ୍କୁ ଶକ୍ତ ଧକକା ଦେଇଛନ୍ତି ।

ବିଜେପି ନିଜର ପୂର୍ଣ୍ଣ ବହୁମତ ହରାଇଛି । ସରକାର ଆସିଛି ସତ, ମାତ୍ର ବହୁତ ଦୁର୍ବଳ ହୋଇ ଫେରିଛି । ମୋଦୀ ପୁଣିଥରେ ପ୍ରଧାନମନ୍ତ୍ରୀ, ଅମିତ୍ ଶାହା ଗୃହମନ୍ତ୍ରୀ ହୋଇଛନ୍ତି । ଜନଗଣଙ୍କ ଜୀବନ ଜୀବିକା ଉପରେ ସଂବିଧାନ ଓ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଦିନ ପ୍ରତିଦିନ ଆକ୍ରମଣ ହେବ। ରାଷ୍ଟ୍ର ଦମନ ଓ ତା’ ସହିତ ସରକାର ପ୍ରୋତ୍ସାହିତ ହିଂସକ ଅଭିଯାନରେ ପୁରୋଧା ସଂଘ ବିଗ୍ରେଡର ହତ୍ୟାକାରୀ ଓ ଦଙ୍ଗାକାରୀମାନଙ୍କ ଉଗ୍ର ଭିଡ଼ ପୁଣି ସଡ଼କରେ ଘୁରି ବୁଲୁଛନ୍ତି । ହିଂସାର ପୁରୁଣା ଚକ୍ର ପୁଣି ଥରେ ଆରମ୍ଭ ହେଉଛି ।

ବଜେଟ ଅତ୍ୟନ୍ତ ପକ୍ଷପାତପୂର୍ଣ ଓ ସଂଘୀୟ ବ୍ୟବସ୍ଥାର ବିରୋଧୀ । ଏଥରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ । ସଂଘୀୟ ବ୍ୟବସ୍ଥାରେ ରାଜ୍ୟଭିଲିରେ ଲୋକଙ୍କ ସମସ୍ୟା ଓ ଏହାର ସମାଧାନ ପାଇଁ ସୁଚିନ୍ତିତ ଯୋଜନାର ଆର୍ଥକ ଅଟକଳ ହିଁ ବଜେଟ । କିନ୍ତୁ ଆନ୍ଧ୍ର ଓ ବିହାର ଦୁଇ ରାଜ୍ୟକୁ ଆଖବୁଜା ଅର୍ଥ ଦେବା କେନ୍ଦ୍ର ସରକାର ସ୍ଖଳିବା ପାଇଁ ଦୁଇ ଆଶାବାଡ଼ିକୁ ମଜଭୁତ କରିବା ଛଡ଼ା ଅନ୍ୟ କିଛି ନୁହେଁ । ଏହା ଫଳରେ ଓଡ଼ିଶା ସମେତ ଅନ୍ୟ ଦୁର୍ବଳ ରାଜ୍ୟଗୁଡ଼ିକ ପ୍ରତି ଘୋର ଅନ୍ୟାୟ କରାଯାଇଛି ଯାହା ସଂଘୀୟ ବ୍ୟବସ୍ଥା ପ୍ରତି ବିତସ୍ପୃହତା ବଢାଇବ ଓ ପରିଣାମ ଶୁଭଙ୍କର ହେବ ନାହିଁ I ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶା-ଆନ୍ଧ୍ର ବିବାଦ ଏବେବି କୋର୍ଟରେ ବିରଧୀନ ଥିବାବେଳେ ଏହି ପ୍ରକଳ୍ପକୁ ଶେଷ କରିବା ପାଇଁ ଆନ୍ଧ୍ରକୁ ଆର୍ଥକ ଅନୁଦାନ ଦେବା ଓଡ଼ିଶା ପ୍ରତି ବୈମାତ୍ମକ ମନୋଭାବ । ଏହା ଓଡ଼ିଶାବାସୀଙ୍କ କଟା ଘା’ରେ ଚୂନ ମାରିବା ସହ ସମାନ । ପୁଣି ଓଡ଼ିଶା ପର୍ଯ୍ୟଟନ ଶିଳ୍ପ ପାଇଁ କେନ୍ଦ୍ର ଅନୁଦାନର ପରିମାଣ ଘୋଷଣା ନ କରି କେବଳ ଫମ୍ପା ପ୍ରତିଶୃତିର ମାନେ କିଛି ନାହିଁ । ଦରବୃଦ୍ଧି ପାଇଁ ଜଳବାୟୁ ପରିବର୍ତନକୁ ଦାୟୀ କରିବା ଧର୍ମକୁ ଆଖିଠାର ସହ ସମାନ। ବରଂ କେନ୍ଦ୍ର ସରକାରର କର୍ପୋରେଟ ସ୍ୱାର୍ଥରକ୍ଷା ପାଇଁ ଜମି, ଜଳ ଓ ଜଙ୍ଗଲ ଭଳି ପ୍ରାକୃତିକ ରସର ଲୁଟ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ । ଏହି ବଜେଟରେ ଶ୍ରମଭିଭିକ ନିଯୁକ୍ତିର ବ୍ୟବସ୍ଥା ନାହିଁ । ଏତେବଡ଼ ଋଷୀ ଆନ୍ଦୋଳନ ପରେ ସ୍ୱାମୀନାଥନ କମିଶନଙ୍କ ସୁପାରିଶ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ ହେବାର କୌଣସି ସଙ୍କେତ ବଜେଟରେ ନାହିଁ । ଶ୍ରମିକ, କୃଷକ, ଗରିବ, ଆଦିବାସୀ, ଭୂମିହୀନ, ଛାତ୍ର, ଯୁବକ ହେଉଛନ୍ତି ଦେଶର ମେରୁଦଣ୍ଡ ଓ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁରି, ଗମନା ଗମନ, ଖାଦ୍ୟ ସୁରକ୍ଷା ପାଇଁ ଅଧୁକ ବ୍ୟୟବରାଦ ନାହିଁ । ‌ବନ ନିଯୁକ୍ତି ବଢିବ ରହି ବେକାର ଯୁବକଙ୍କୁ ସ୍ୱପ୍ନ ଦେଖାଇବାର ମାନେ କିଛି ନଥାଏ । ତେଣୁ ଏହି ବଜେଟ କର୍ପୋରେଟ ସ୍ୱାର୍ଥରକ୍ଷାକାରୀ ଓ ଅନ୍ତଃସାରଶୂନ୍ୟ ହୋଇଛି l 28 ଜୁଲାଇ କମ୍ରେଡ ଚାରୁମଜୁମ ଦାର କଂ 52 ତମ ସହିଦ ଦିବସ ଓ ସି ପି ଆଇ( ଏମଏଲ) ଲିବରେସନ ର 50 ତମ ବାର୍ଷିକୀ ପାଳନ କରିବା ଅବସରରେ ପାର୍ଟୀ କୁ ବିସ୍ତାର ଓ ସୁଦୃଢ଼ୀକରଣ କରିବା ପାଇଁ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ କହିଛନ୍ତି ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed