November 21, 2024

ଅସ୍ତ୍ରୋପୋଚାର ପରେ ଆଶ୍ୱସ୍ତି ପାଇଲେ ବାପା ମାଆ ଅସ୍ବାଭାବିକ ଭାବେ ବଢୁଥିଲା ଆଠ ମାସ ଶିଶୁର ମୁଣ୍ଡ

Share


ବ୍ରାହ୍ମଣୀଗାଁ ତା:୨୯/୦୭ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ପଞ୍ଚାୟତ ର ଆଡ଼ିବଙ୍ଗା ଗ୍ରାମର ବଳିନ୍ଦ୍ର ବଳିଆର ସିଂ ଙ୍କ ଆଠ ମାସ ର ଶିଶୁ ପୁତ୍ର ତେଜ ବଳିଆର ସିଂ ଙ୍କ ମୁଣ୍ଡ ଅସ୍ବାଭାବିକ ଭାବେ ବଢୁଥିଲା, ଏହାକୁ ନେଇ ବଳିନ୍ଦ୍ର ଓ ତାଙ୍କ ସ୍ତ୍ରୀ ଟୁନିମା ବଳିଆର ସିଂ ସର୍ବଦା ମାନସିକ ଚାପରେ ରହୁଥିଲେ । ତେବେ ଅସ୍ତ୍ରୋଚାର ପରେ ନିଜକୁ ଆସ୍ଵସ୍ଥ ମଣି ଛନ୍ତି ଏହି ଦମ୍ପତ୍ତି
ସୂଚନା ଅନୁଯାୟୀ ଛୁଆ ଜନ୍ମ ହେବାର ପ୍ରାୟ ୧୫ ଦିନ ପରେ ଶାରିରୀକ ବୃଦ୍ଧି ହେଉନଥିବା ରୁ ଜିଲ୍ଲା ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ ଚିକିତ୍ସା ହେବା ପରେ ଛୁଆ ର ଶାରିରୀକ ପରିବର୍ତ୍ତନ ହୋଇଥିଲା କିନ୍ତୁ ପ୍ରାୟ ଦୁଇମାସ ବେଳକୁ ତାର ମୁଣ୍ଡ ଅସ୍ବାଭାବିକ ଭାବେ ବଢୁଥିବା ଜଣାପଡ଼ିଥିଲା ପରେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସା କରାଇଥିଲେ ଛୁଆ ଛୋଟ ଥିବାରୁ ଅସ୍ତ୍ରୋଚାର ସମ୍ଭବ ନଥିଲା, ଟଙ୍କା ପଇସା ର ଅଭାବ ହେତୁ ଉଭୟ ଦମ୍ପତ୍ତି ମାନସିକ ଚାପରେ ରହୁଥିଲେ, ପୁଣି ଥରେ ଛୁଆର ଦେହ ଖରାପ ହେବାରୁ ବ୍ରାହ୍ମଣୀଗାଁ ମେଡ଼ିକାଲ କୁ ଆଣି ଥିଲେ, ଏହି ଘଟଣାଟି ବ୍ରାହ୍ମଣୀଗାଁ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ମେଡିକାଲ ହେଲଥ୍ ଟିମ୍ ଜାଣିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କୁ ଯୋଗାଯୋଗ କରିଥିଲେ, ତେବେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ମେଡିକାଲ ହେଲଥ୍ ଟିମ୍ ଜୁଲାଇ ମାସ ୧୫ତାରିଖରେ କଟକ ବଡ଼ ଡ଼ାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ, ତେବେ ଶୁକ୍ରବାର ଦିନ ଉକ୍ତ ଛୁଆ ର ମୁଣ୍ଡ ଅସ୍ତ୍ରୋପୋଚାର କରାଯାଇ ଥିବା ବେଳେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି। ଉଭୟ ଦମ୍ପତ୍ତି ବର୍ତ୍ତମାନ ଅଶ୍ଵସ୍ଥି ଅନୁଭବ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଓ ମେଡିକାଲ ହେଲଥ୍ ଟିମ୍ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ମେଡିକାଲ ହେଲଥ୍ ଟିମ୍ ର ଡାକ୍ତର ରବୀନ୍ଦ୍ର ନାଥ ଦାଶ ଓ ପ୍ରଭା ପୁଷ୍ପାଞ୍ଜଳୀ ବେହେରା ଙ୍କ ନେତୃତ୍ବ ରେ ଫାର୍ମାସିଷ୍ଟ ସନ୍ତୋଷ କୁମାର ପୃଷ୍ଟି, ଏ ଏନ୍ ଏମ ସ୍ପର୍ଶ ମଣି ବାଘେଲ ଓ ଡ଼୍ରାଇଭର ସନ୍ତୋଷ କୁମାର ସାହୁ ମେଡ଼ିକାଲ ପହଞ୍ଚାଇ ବାରେ ସହାୟତା ପ୍ରଦାନ କରିଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)

You may have missed