March 10, 2026
ajiro khabar
Share

 

ବଙ୍ଗୋପସାଗରରେ ଆସୁଛି ଆଉ ଦୁଇଟି ଲଘୁଚାପ, ପ୍ରଭାବରେ ସାତ ଦିନ ପ୍ରବଳ ବର୍ଷା ସମ୍ଭାବନା।

 

ପୁରୀ ଶ୍ରୀକ୍ଷେତ୍ର ଶରଧାବାଲିରେ ଦିନେ ବିଳମ୍ବରେ ପହଞ୍ଚିଲେ ତିନି ରଥ, ଆଜି ଆଡ଼ପ ମଣ୍ଡପ ବିଜେ।

 

ପୁରୀରେ ଗୌତମ ଆଦାନୀ ରଥଯାତ୍ରାରେ ସାମିଲ ହେଲେ। ତାଙ୍କରି ପାଇଁ ରଥକୁ ବିଳମ୍ବ କରାଗଲା ବୋଲି ବିରୋଧୀଙ୍କ ଅଭିଯୋଗ

 

ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୧୦୦ ପହଞ୍ଚିଲା। ବାରମ୍ବାର ତାଗିଦ ସତ୍ତ୍ୱେ ଲୋକେ ଅସାବଧାନ। ମଶାରୀ ବ୍ୟବହାର ପାଇଁ ନିବେଦନ କଲେ କର୍ପୋରେଟର ପ୍ରୀତିନନ୍ଦା

 

ଆଜିଠାରୁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ, ଦୁଇଦିନ ଧରି ଚାଲିବ। odiaxpress

 

ବାଲେଶ୍ୱର ଉଦଳା ଯୋଗାଯୋଗ ବିଛିନ୍ନ। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ,ଧୋଇଗଲା ଜାମୁଘାଟ ପୋଲ।

 

ପରୀକ୍ଷା‌ ସେଣ୍ଟର କରାଇଦେବା ଆଳରେ ଠକେଇ। ଭୁବନେଶ୍ୱର ଓ ଚଣ୍ଡିଖୋଲର ତିନୋଟି କଲେଜରୁ ଲୁଟିନେଲେ ୨୦ ଲକ୍ଷ। odiaxpress

 

ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

 

ପୁରୀ ପିପିଲି ନିକଟରେ ଦୁଃଖଦ ସଡ଼କ ଦୁର୍ଘଟଣାରେ ୩ ଜଣ ଦର୍ଶନାର୍ଥୀ ଯୁବତୀଙ୍କ ମୃତ୍ୟୁ। ଚାପିଦେଲା ‘ଆମ ବସ’। odiaxpress

 

ସୁନ୍ଦରଗଡରେ ଚିକିତ୍ସା ପାଇଁ ଟଙ୍କା ଲାଞ୍ଚ ନେବା ମାମଲାରେ ଫାର୍ମାସିଷ୍ଟଙ୍କୁ ୨ ବର୍ଷ ଜେଲଦଣ୍ଡ ହେଲା। odiaxpress

 

ନୂଆପଡ଼ା ପଲସିପାଣିରେ ଦୁଇ ବାଇକ ଧକ୍କାରେ ଜଣେ ନାବାଳିକା ସମେତ ୫ ଜଣ ମୃତ।

 

କଟକ ତିଗିରିଆରେ ବିବାହ ଭୋଜି ଖାଇ ୪୪ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ, ବିନ୍ଧାଣିମା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେଲେ। odiaxpress

 

ଗଞ୍ଜାମ ଜିଲ୍ଲା ଧରାକୋଟରେ ଓଭରଲୋଡ଼ ଅଟୋ ଓଲଟି ଜଣେ ମୃତ, ୧୦ ଜଣ ଗୁରୁତର

 

ଦେବଗଡ଼ ବାରକୋଟରେ ଘରେ ଶୋଇଥିବା ମହିଳାଙ୍କୁ ପଥରରେ ଛେଚି ହତ୍ୟା। କୁକୁର ଧରି ପୁଲିସ କରୁଛି ତଦନ୍ତ।odiaxpress

 

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ବୟସ୍କଙ୍କୁ ମଝି ରାସ୍ତାରେ ଦୁଇଟି ଷଣ୍ଢ ଅଦ୍ଭୁତ ଉପାୟରେ ଆକ୍ରମଣ କରି ଲହୁଲୁହାଣ କଲେ।

 

ପଞ୍ଜାବର ୨୫ ଜେଲ ଅଧିକାରୀ ଦୁର୍ନୀତି ଓ ନିଶା କାରବାର ଅଭିଯୋଗରେ ନିଲମ୍ବିତ।

 

ଗୁଇନ୍ଦା ବିଭାଗ ‘ର’ ମୁଖ୍ୟ ହେଲେ ଆଇପିଏସ ଅଧିକାରୀ ପରାଗ ଜୈନ।

 

ଅଭିନେତ୍ରୀ ଶେଫାଲି ଜରିୱାଲା ୪୨ ବର୍ଷରେ ହୃଦଘାତରେ ମୃତ। ସୁନ୍ଦର ଦେଖାଯିବାକୁ ଔଷଧ ଖାଉଥିଲେ

 

ଦିଲ୍ଲୀ ନୋଏଡ଼ା ବୃଦ୍ଧାଶ୍ରମରେ କରୁଣ ଦୃଶ୍ୟ। ଲୁଗାରେ ଝାଡ଼ାପରିସ୍ରା କରିଥିବା ଓ ବନ୍ଧା ହୋଇଥିବା ୪୨ ବୃଦ୍ଧ ଉଦ୍ଧାର। odiaxpress

 

ମଧ୍ୟପ୍ର‌ଦେଶ ମୁଖ୍ୟମନ୍ତ୍ରୀଙ୍କ ୧୯ଟି ସରକାରୀ ଗାଡ଼ି ଅଚଳ। ପାଣି ମିଶ୍ରିତ ଡିଜେଲ ପଡ଼ିଥିଲା, ପେଟ୍ରୋଲ ପମ୍ପ ସିଲ୍‌

 

ସୁଧ ହାର ହ୍ରାସ ପରେ ଋଣ ପ୍ରଦାନ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କର ବ୍ୟାଙ୍କ ମାନଙ୍କୁ ପରାମର୍ଶ ଦେଲେ

 

ପାଞ୍ଚ ବର୍ଷ ପରେ ମାନସରୋବର ଯାତ୍ରା ପୁଣି ଆରମ୍ଭ ହେଲା। ପ୍ରଥମ ପର୍ଯ୍ୟାୟ ଯାତ୍ରୀ ପହଞ୍ଚିଲେ

 

ପାକିସ୍ତାନର ଉତ୍ତର ବଜିରସ୍ଥାନରେ ଆତ୍ମଘାତୀ ଆକ୍ରମଣ, ୧୩ ନିହତ, ୨୯ ଜଣ ଆହତ।

 

ବାଂଲାଦେଶରେ ଦୁର୍ଗା ମନ୍ଦିର ଭାଙ୍ଗିଲେ ଚରମପନ୍ଥୀ। ୟୁନୁସ୍‌ ସରକାରଙ୍କର ରହିଛି ନୀରବ ସମର୍ଥନ

 

ମାଗଣାରେ ଟିଭି ଦେଖିବା ପାଇଁ ଗୁଗୁଲ ପ୍ଲେ ଷ୍ଟୋରରୁ ‘ମେରା ଚାନେଲ’ ଓଟିଟି ଡାଉନଲୋଡ କରନ୍ତୁ

======================

ଆଜି ଷ୍ଟାଟିଷ୍ଟିକସ ଦିବସ

ଆଜି ଅନ୍ତର୍ଜାତୀୟ କାଦୁଅ ଦିବସ

 

ଆଜି ଜନ୍ମଦିନ: ପ୍ରଶାନ୍ତ ମହାଲାନୋବିସ, ଉପାସନା ସିଂ, ଅର୍ଚ୍ଚିତା ସାହୁ (ସିନେମା), ଉମାଚରଣ ମହାନ୍ତି (ପାଣିପାଗ ବିଶେଷଜ୍ଞ)

 

ଆଜି ତିରୋଧାନ: ସର୍ଦ୍ଦାର ବଳଦେବ ସିଂ

 

ଇତିହାସରେ ଆଜି ଦିନ: (୨୦୦୫) ଭାରତ ଓ ଆମେରିକା ମଧ୍ୟରେ ଦଶ ବର୍ଷୀୟ ଚୁକ୍ତି ସ୍ବାକ୍ଷରିତ/ (୨୦୧୪) ସାଇନା ନେହୱାଲ ଜିତିଲେ ଅଷ୍ଟ୍ରେଲିଆ ସୁପର ସିରିଜ/ (୨୦୧୧) ଆମେରିକାର ମଣିଷ ଚାଲାଣ ତାଲିକାରୁ ଭାରତ ବାଦ ପଡିଲା/ (୨୦୦୭) ସଚିନ ତେନ୍ଦୁଲକର ୧୫,୦୦୦ ରନ ପୁରା କଲେ/ (୨୦୦୭) ଆପଲ ର ପ୍ରଥମ ଆଇଫୋନ ଲଞ୍ଚ ହେଲା

=======================

🌱 *ଗଛଟିଏ ଲଗାନ୍ତୁ*🌱

 

*ବନ୍ଦେ ଉତ୍କଳ ଜନନୀ* 🪻🌻🪻