July 3, 2024

ନାହିଁ ନାହିଁ ରେ ଚାଲିଛି ଗୁଡାରି ସରକାରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର

Share

ରାୟଗଡା : ଦୀର୍ଘ 24 ବର୍ଷ ବିଜେଡି ଶାସନ କାଳରେ ଆଦିବାସୀ ଅଧିଷ୍ୟୁତ ରାୟଗଡା ଜ଼ିଲ୍ଲା ରେ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ହୋଇପଡିଛି ଗୁଡାରି ଏନ ଏ ସି ଓ ବ୍ଲକ ସଦର ମୋହକୁମାରେ ଅବସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର l ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ 15 ଗୋଟି ଡାକ୍ତର ନିଯୁକ୍ତି ପାଇବା କଥା କିନ୍ତୁ ନିଯୁକ୍ତି ପାଇଛନ୍ତି ମାତ୍ର 5 ଡାକ୍ତର ରେ ଚାଲିଛି ରୋଗୀ ସେବା l ସେଥିପାଇଁ ଅଞ୍ଚଳବାସୀ ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଥିବା ଅଭିଯୋଗ ହେଇଛି l ସୂଚନା ଯୋଗ୍ୟଯେ ଗୁଡାରି ଠାରେ ପ୍ରଥମେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମିତ ହୋଇଥିଲା ପରେ ଜସନସାଧାରଣ ଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ନିମନ୍ତେ ସରକାର ଏହା କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରିଣତ କରିବା ସହିତ ଇନଡୋର ରେ 14 ଶଯ୍ୟା ବିଶିଷ୍ଟ ରୋଗୀ ସେବା ନିମନ୍ତେ ଅନୁମତି ମିଳିଥିଲା l ସରକାର ଙ୍କ ନିୟମ ଅନୁଯାଇ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ତ୍ରୀ ରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ ଙ୍କ ସହିତ ସର୍ବମୋଟ 15 ଜଣ ଡାକ୍ତର ରହିବା କଥା କିନ୍ତୁ ଅଛନ୍ତି ମାତ୍ର 5 ଜଣ ଡାକ୍ତର ଏହିମାଧ୍ୟରୁ ଜଣେ ଇନଚାର୍ଜ ସେ ସଦାସର୍ବଦା ମିଟିଂ, ସମୀକ୍ଷ ବୈଠକ, କ୍ଷେତ୍ର ପରିଦର୍ଶନ, ଅଫିସ କାମ ବୁଝନ୍ତି ଓ ଏଥି ସହିତ ସର୍ଗିଗୁଡା ଓ ଢେପାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ବିଷୟ ବୁଝନ୍ତି l ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଗୁଡାରି ଏନ ଏ ସି, ଗୁଡରି ବ୍ଲକ ର ଜନସାଧାରଣ ଓ ଚନ୍ଦ୍ରପୁର ବ୍ଲକ ର କେତୋଟି ପଂଚାୟତ ର ଜନସଧାରଣ ନିର୍ଭର କରିଥାନ୍ତି l ପ୍ରତିଦିନ ଏହିଠାକୁ 120 ରୁ 140 ରାଗି ଆସି ନାମ ପଞ୍ଜିକରଣ କରିଥାନ୍ତି ବୋଲି ଇନଚାର୍ଜ ଅରୂପା ନନ୍ଦ ବେହେରା କହିଛନ୍ତି l ଯାହାକି ବାର୍ଷିକ ରୋଗୀ ପଞ୍ଜିକରଣ ହିସାବରେ ଗୁଣୁପର ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟ ସହ ପ୍ରାୟ ସମାନ ବୋଲି l ବର୍ଷା ଦିନ ଆସୁଥିବା ରୁ ବହିର ବିଭାଗ ଓ ଅନ୍ତର ବିଭାଗ ଟେ ରୋଗୀ ସଂଖ୍ୟା ଅଧିକ ପରିମାଣ ବଢ଼ିପାରେ l ଏଥିପ୍ରତି ନୂତନ ବିଜେପି ସରକାର ଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଜ଼ିଲ୍ଲା ପ୍ରସାଶନ ଦୃଷ୍ଟି ଦେଇ ଡାକ୍ତର ସମସ୍ୟାର ସମାଧାନ ପାଇଁ ଗୁଡାରି ୟୁଥ ଫର ଚେଞ୍ଜ ର ୟୁବ ଗୋଷ୍ଠି ର କର୍ମକର୍ତା ନିବେଦନ କରିଛନ୍ତି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ