July 3, 2024

ରାସ୍ତାରେ ଜଳିଗଲା ଚଳନ୍ତା ସ୍କୁଟି , ବର୍ତ୍ତିଗଲେ ଚାଳକ

Share


ବୁଗୁଡା : ତା ୨୯/୦୬/୨୪ : ଚଳନ୍ତା ସ୍କୁଟିରେ ନିଆଁ ଲାଗି ମଝି ରାସ୍ତାରେ ହୁତହୁତ୍ ହୋଇ ଜଳି ଉଠିବା ଭଳି ଅଭାବନୀୟ ଦୃଶ୍ୟ ଆଜି ବୁଗୁଡା-ପୋଲସରା ରାସ୍ତାରେ ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ , ଆଜି ପୂର୍ବାହ୍ନରେ ବୁଗୁଡ଼ାରୁ ଯାଉଥିବା ସେହି ସ୍କୁଟିଟି ଗୋଲିଆ ଗାଁ ଛକ ପାର ହୋଇ ଖଣ୍ଡେ ବାଟ ଯାଇଥିବା ବେଳେ ସେଥିରୁ ପ୍ରଥମେ ଭସ୍ ଭସ୍ ହୋଇ ପ୍ରଥମେ ପ୍ରଚୁର ଧୂଆଁ ବାହାରିଥିଲା । ଚାଳକ ଜଣକ କଣ ହେଲା ଭାବି ସ୍କୁଟିକୁ ରଖି ଦେଖିଲା ବେଳକୁ ସେଥିରେ ନିଆଁ ଲାଗିଯାଇଥିଲା । ସେ ଭୟରେ ଗାଡିଟିକୁ ଛାଡି ଦେଇ ଲିଭାଇବାକୁ ଚିନ୍ତା କରିବା ବେଳକୁ ତାହା ହୁତୁ ହୁତୁ ହୋଇ ଜଳି ଉଠିଥିଲା । ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ସେଠାରେ ଅଟକି ଥିଲେ ମଧ୍ୟ କେହି ହେଲେ ନିଆଁ ଲିଭାଇବାକୁ ସାହାସ ଜୁଟାଇ ପାରିନଥିଲେ । ଏ ନେଇ ଖବର ପାଇ ବୁଗୁଡା ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସ୍କୁଟିଟି ସମ୍ପୂର୍ଣ୍ଣ ଭାବେ ପୋଡି ଛାରଖାର ହୋଇଯାଇଥିଲା । ତେବେ ପୋଡି ଯାଇଥିବା ସ୍କୁଟିଟି ପୋଲସରା ଥାନା ଅନ୍ତର୍ଗତ ମାଳତେନ୍ତୁଳିଆ ଗ୍ରାମର ଜନୈକ ବ୍ଯକ୍ତିଙ୍କ ନାମରେ ରହିଥିବା ନେଇ ଜଣାଯାଇଛି ।