May 30, 2025

ମୁନିଶିପେଣ୍ଠ ଆୟୁଷମାନ ଆରୋଗ୍ୟ ଶିବିର ରେ ଛତ୍ରପୁର ବିଧାୟକ

Share

ଛତ୍ରପୁର.ତା୨୯/୦୫/୨୦୨୫(ଅରୁଣ କୁମାର ପଣ୍ଡା )ଆଜି ମୁନିଶିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟ ରେ ଡ଼ା ସ୍ଵାଧୀନ ରଥ ଙ୍କ ଅଧ୍ୟକ୍ଷତା ରେ ପାଳିତ ହେଲା ଆରୋଗ୍ୟ ଶିବିର। ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଶିବିର ର ଶୁଭାରମ୍ଭ କଲେ । କଟକ ଏସ୍ ସି ବି ମେଡିକାଲ ର ବିଶିଷ୍ଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡ଼ା ମାର୍କେଣ୍ଡେୟ ଆଚାର୍ଯ୍ୟ ଅତିଥି ଡାକ୍ତର ରୂପେ ଯୋଗ ଦେଇ ପ୍ରାୟ ୧୮୧ ରୁ ଅଧିକ ରୋଗୀ ଙ୍କୁ ଚିକିତ୍ସା କରିଥିଲେ। ବିଧାୟକ ମହୋଦୟ ଯୋଗ ଶିବିର ରେ ମଧ୍ୟ ଯୋଗ କରି ଗ୍ରାମବାସୀ ଙ୍କୁ ଅନୁପ୍ରାଣିତ କରେଇଥିଲେ। ଆୟୁଷ କକ୍ଷ, ରକ୍ତ ପରୀକ୍ଷା କେନ୍ଦ୍ର, ଔଷଧ ବିତରଣ କେନ୍ଦ୍ର, ଟିବି, କୁଷ୍ଠ ରୋଗ ଓ ଜନ ସ୍ଵାସ୍ଥ୍ୟ ସଚେତନ କକ୍ଷ ମଧ୍ୟ ବିଧାୟକ ମହୋଦୟ ବୁଲି ଦେଖିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପୋଟଲାମପୁର ସରପଞ୍ଚ ଶ୍ରୀ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ଶ୍ରୀ ଶମ୍ଭୁ ନାଥ ସ୍ୱାଇଁ, ବନୋଜ ନାହାକ, ରବୀନ୍ଦ୍ର ନାହାକ ସମେତ ବହୁ ଜନ ପ୍ରତିନିଧି ଉପସ୍ଥିତ ଥିଲେ ଏବଂ ଡ଼ା ଅଜିତ ନାୟକ, ଡ଼ା ଚନ୍ଦ୍ର ଶେଖର ମିଶ୍ର, ଡ଼ା ପୂର୍ଣ୍ଣ ଚନ୍ଦ୍ର ରାଓ, ଡ଼ା ମଧୁସ୍ମିତା ,ବି ପି ଏମ୍ ସିମାଞ୍ଚଲ ପ୍ରଧାନ, ଶ୍ରୀକାନ୍ତ ଚୌଧୁରି, ଶର୍ମିଷ୍ଠା ଦାସ, ପିଙ୍କି ମହାନ୍ତି, ଶ୍ରୀଧର ବେହେରା, ବିଶ୍ୱଜିତ୍ ବେହେରା ସହ ବହୁ ଆଶା କର୍ମୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣଗ୍ରାହୀ କାର୍ଯ୍ୟକ୍ରମ ର ଆୟୋଜନ ରେ ସହଯୋଗ କରିଥିଲେ। ଉକ୍ତ ଜନ କଲ୍ୟାଣ କାର୍ଯ୍ୟକ୍ରମ ନିମନ୍ତେ ପାଖାପାଖି ୧୫ ଖଣ୍ଡ ଗ୍ରାମ ର ଜନ ମାନସ ଡ଼ା ସ୍ଵାଧୀନ ରଥ ଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ