March 11, 2026

ଜଳର ଘୋର ଅଭାବ ଥିବା ସମୟରେ ମଧ୍ୟ ନଳକୂପ ଅଚଳ

IMG-20240529-WA0014
Share

ବେଲଗୁଣ୍ଠା 28/05 ବେଲଗୁଣ୍ଠା ବ୍ଲକ ଗୋବରା ପଞ୍ଚାୟତ ନିକଟସ୍ଥ ଗୋବରା ଠାରୁ ନୂଆଁପୋଡ଼ା ଯିବାର ମୁଖ୍ୟ ସଡ଼କ ନିକଟରେ ଥିବା ଏକ ନଳକୂପ ଯାହା ଅଞ୍ଚଳର ପାଣି ସମସ୍ୟା ସମାଧାନ ସ୍ୱରୂପ ମିଠା ପାଣି ବାହାରୁ ଥିଲା ବର୍ତ୍ତମାନ ପ୍ରଚଣ୍ଡ ଖରା ର ତାପ ଥିବା ସ୍ଵତ୍ୟେ ପାଣିର ଘୋର ଅସୁବିଧା ଦେଖାଯାଇଛି l ପୂର୍ବରୁ ଜଳର ଅସୁବିଧା ସମୟରେ ଏହି ନାଳକୁପଟି ସମସ୍ତଙ୍କର ସାହାରା ପାଲଟିଥିଲା l କିନ୍ତୁ କିଛି ମାସ ପୂର୍ବେ ଏହି ନଳକୁପଟି ଅଚଳ ହୋଇ ପଡ଼ିଛି ଯାହାକି ଅଞ୍ଚଳ ଓ ଗ୍ରାମବାସୀ ଲିଖିତ ମାଧ୍ୟମରେ ବିଭାଗକୁ ଅବଗତ କରାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ତାର ସୁଫଳ ମିଳିନାହିଁ ଏବଂ ଉବୁ ଟୁବୁ ଖରାରେ ସଂଘର୍ଷ କରୁଛନ୍ତି l ପ୍ରକାଶ ଥାଉକି ଉକ୍ତ ନଳକୂପ ପାଣି ଅତ୍ୟନ୍ତ ମଧୁର ଥିବା ହେତୁ ଅଞ୍ଚଳର ବହୁ ଲୋକ ଏହା ଉପରେ ନିର୍ଭର କରୁଛନ୍ତି କିନ୍ତୁ ନଳକୂପଟି ଅଚଳ ହୋଇଯିବା ଯୋଗୁଁ ନାନା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଏବଂ ଗ୍ରୀଷ୍ମ ପ୍ରଭାବ ସମୟରେ ପାଣି ପାଇଁ ସଂଘର୍ଷ କରୁଛନ୍ତି l ଏ ଉପରେ ତୁରନ୍ତ ପଦେକ୍ଷପ ନେଇ ବିଭାଗ କାର୍ଯ୍ୟ କଲେ ଲୋକ ଉପକୃତ ହେଇପାରିବେ । ଏହା ତୁରନ୍ତ ମରାମତି ନହେଲେ ଆଗମୀ ଦିନରେ ଜନ ଅସନ୍ତୋଷ ବୃଦ୍ଧି ପାଇବ ।(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)