April 25, 2026

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନ:

IMG-20230529-WA0058
Share

*ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନ:*

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଓଡିଶା ରାଜ୍ୟ ଆଈନ ସେବା ପ୍ରାଧିକରଣ ଆଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନର ଶେଷ ଦିନରେ (ଅଷ୍ଟମ) ଚନ୍ଦହାଣ୍ଡି ବ୍ଲକ ପରିସରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ନବରଙ୍ଗପୁର ର ମିଳିତ ପ୍ରୟାସରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପ।ଳ ଡ.କମଲ ଲୋଚନ ମିଶ୍ର, ଜିଲ୍ଲା ଅରକ୍ଷୀ ଅଧିକ୍ଷିକା ଏସ ସୁଶ୍ରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ନବରଙ୍ଗପୁର ଶ୍ରୀଯୁକ୍ତ ସୁଧାଂଶୁ କୁମାର ପାତ୍ର, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଆଇନଜୀବୀ ହୁମେଶ୍ଵର ହଁସ ଓ ପାରା ଲିଗାଲ ସ୍ବେଛାସେବୀ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୧୧ ଜଣଙ୍କୁ ହୁଇଲ ଚେୟାର, ୦୨ ଜଣଙ୍କୁ ଅନ୍ଧବାଡି, ୧୮ ଜଣଙ୍କୁ ଆଶାବାଡି, ଜଣଙ୍କୁ ସହାୟକ ଆଶାବାଡି, ୦୩ ଜଣଙ୍କୁ କର୍ଣ୍ଣ ଉପକରଣ ଏବଂ ୨୦ ଜଣଙ୍କୁ ଭତ୍ତା ପ୍ରଦାନ କରଯାଇଥିଲା। ଏହି ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ପାରାଲିଗାଲ ସ୍ଵେଚ୍ଛାସେବି ମାନେ ଲୋକଙ୍କ ଘର ଘର ବୁଲି ଦିବ୍ୟାଙ୍ଗ ମାନେ କିପରି ସେମାନଙ୍କର ନାଜ୍ୟ ଅଧିକାରରୁ ବଞ୍ଛିତ ନ ହେବେ ସେଥିପାଇଁ ପ୍ରଚାର ଜାରି ରଖିଛନ୍ତି ଏବଂ ଯେଉଁମାନେ ସେମାନଙ୍କର ନାଜ୍ୟ ଅଧିକାରରୁ ବଞ୍ଚିତ ସେମାନଙ୍କୁ ଚିହ୍ନଟ କରୁଛନ୍ତି । ସାରା ଜିଲ୍ଲା ର ପ୍ରତେକ ବ୍ଲକ ରେ ଏହି ସ୍ଵତନ୍ତ୍ର ଅଭିଯାନ ୨୨.୦୫.୨୦୨୩ ଠାରୁ ୨୯.୦୫.୨୦୨୩ ପର୍ଯ୍ୟନ୍ତ ଚଲାଯାଇଛି । ସବିଶେଷ ବିବରଣୀ ପାଇଁ ଟୋଲ-ଫ୍ରୀ ନମ୍ବର. ୧୮୦୦୩୪୫୭୫୭୧ ରେ ଯୋଗାଯୋଗ କରନ୍ତୁ।

You may have missed