November 17, 2024

କୋଟିଆର ବିଭିନ୍ନ ଅଞ୍ଚଳରେ ଘରେ ଘରେ ଆନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଲୋଗୋ ଷ୍ଟିକର..

Share

 

 

 

 

କୋରାପୁଟ ଜିଲ୍ଲା ବିବାଦୀୟ କୋଟିଆର ବିଭିନ୍ନ ଗାଆଁ ରେ ଘରେ ଘରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀ ଙ୍କ ଷ୍ଟିକର… ତା ପୁଣି ଓଡ଼ିଶା ପକ୍ଷରୁ ତିଆରି ହୋଇଥିବା ଆବାସ ଜୋଜନାର ଘରେ ଲୋଗ ଲାଗିଥିବା ଦେଖିଲେ ଯେ କେହି ବି ଆନ୍ଧ୍ର ର ନୂଆ ଚାଲ ବୋଲି ଭାବିବେ। ଏହା ଚାଲ ବି ହୋଇପାରେ କିନ୍ତୁ ଆସନ୍ତା ନିର୍ବାଚନ କୁ ଦୃଷ୍ଟିରେ ରଖି। ପୁଣି ଥରେ ଜଗନ ସରକାର କ୍ଷମତାକୁ ଆସିବା ପାଇଁ ବର୍ତମାନ ଠାରୁ ଲୋକଙ୍କ ନିକଟତର ହେବା ପ୍ରୟାସ ଆରମ୍ଭ ହୋଇଛି। ଆନ୍ଧ୍ର ଦ୍ଵାରା ନିର୍ବାଚିତ ସରପଞ୍ଚ, ପୂର୍ବତନ ସରପଂଚ ସମେତ ୱାର୍ଡ ସଭ୍ୟ ମାନେ ଡୋର ଟୁ ଡୋର କେମ୍ପନ କରି ମୁଖ୍ୟମନ୍ତ୍ରୀଙ୍କ ଫୋଟୋ ଥିବା ପ୍ରଚାର ପତ୍ର ବାଣ୍ଟୁ ଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରଦେଶ ମନ୍ୟମ ଜିଲ୍ଲା ପାର୍ବତିପୁରମ୍ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟସେବା ଶିବିର କରିବା ସହ ଏପରି ଲୋଗ ଲଗାଇଥିବା ସୂଚନା ମିଳିଛି । ସେପଟେ ଓଡିଶା ସରକାର କୋଟିଆ ଅଞ୍ଚଳରେ ବିଭିନ୍ନ ସମୟରେ ନାନା ପ୍ରକାର କାର୍ଯ୍ୟକ୍ରମ କରୁଥିବା ଏବଂ କୋଟିଆ ଅଞ୍ଚଳକୁ ଜଗି ରହୁଥିବା କଥା କହୁଛନ୍ତି, କିନ୍ତୁ ଅପରପକ୍ଷରେ ଆନ୍ଦ୍ରର ଅନୁପ୍ରବେଶ କୋଟିଆ ଅଞ୍ଚଳରେ ଜାରି ରହୁଛି l ଏପରିକି ଓଡିଶା ସରକାର ଦେଇଥିବା ଆବାସ ଯୋଜନା ଗୁଡିକରେ ମଧ୍ୟ୍ୟ ଆନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଲୋଗ ଥିବା ଫୋଟ ଲଗାଇବା ସହିତ ଘର ଘର ସୋର୍ଭେ କରିଥିବା ଜଣାପଡିଛି…. ଯୋଜନାବୋଧ ଭାବେ ଆନ୍ଦ୍ର ପ୍ରଶାସନ କୋଟିଆର ଧୁଳିପଦର, ଗଞ୍ଜେଇ ପଦର ପ୍ରଭୁତି ଅଞ୍ଚଳରେ ଏହି ସବୁ କାର୍ଯ୍ୟକ୍ରମ ଆନ୍ଦ୍ର ଜାରି ରଖିଛି।।।। ସେପଟେ ଆନ୍ଧ୍ର କିମ୍ବା କୋରାପୁଟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି….

ବିଶେଷ ଭାବେ ଉପରଗଞ୍ଜେଇପଦର ଠାରେ ମାଗଣା ସ୍ୱାସ୍ଥ୍ୟ ସେବା କରିବା ସହିତ ମାଗଣାରେ ଔଶୋଧ ମଧ୍ୟ୍ୟ ବାଣ୍ଟୁଥିବା ଜଣାପଡୁଛି ଏହି କାର୍ଯ୍ୟକ୍ରମଟି ପାର୍ବତୀପୁରମ ମାନ୍ୟମ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି।।।।। ତେବେ ବାରମ୍ବାର ଆନ୍ଦ୍ରର ଅନୁପ୍ରବେଶକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ନିରବତାକୁ ନେଇ ନାନାଦି ପ୍ରଶ୍ନ ଉଙ୍କି ମାରୁଛି।।।।

 

ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା