November 17, 2024
Share

*ଖବର ଆଜିର*

ତାରିଖ ୨୯/୦୪/୨୦୨୩ ଶନି ବାର ।

 

ହାଇସ୍କୋରିଂ ମ୍ୟାଚ୍‌ରେ ପଞ୍ଜାବକୁ ୫୬ ରନରେ ହରାଇଲା ଲକ୍ଷ୍ନୌ, ନେଲା ମଧୁର ପ୍ରତିଶୋଧ ।

 

ଗୋଟାଏ ଦିନରେ ଜୁକରବର୍ଗଙ୍କ ସଂପତ୍ତି ୧୪ ପ୍ରତିଶତ ବଢ଼ିଲା; ପଛରେ ପଡ଼ିଲେ ମୁକେଶ ଅମ୍ବାନୀ ।

 

ପଶ୍ଚିମବଙ୍ଗ ସ୍କୁଲ ନିଯୁକ୍ତି ଦୁର୍ନୀତି ମାମଲାର ଶୁଣାଣିରୁ କାଲକାଟା ହାଇକୋର୍ଟର ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କୁ ହଟାଇବାକୁ ସୁପ୍ରିମକୋର୍ଟ କଲିକତା ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

୩୦୦ କୋଟି ଲାଞ୍ଚ ମାମଲା: ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ CBIର ୫ ଘଣ୍ଟା ପଚରା ଉଚୁରା ।

 

ଆକାଶପଥରୁ ମିଜାଇଲ,ରକେଟ ମାଡ଼୍। ୟୁକ୍ରେନ ଉପରେ ରୁଷର ଘମାଘୋଟ ଆକ୍ରମଣ।

 

ସୁପ୍ରିମକୋର୍ଟରୁ ସିନ୍ଦେ ଗୋଷ୍ଠୀଙ୍କୁ ଝଟକା, ଶିବସେନା ସମ୍ପତ୍ତି ପାଇଁ ଆଗତ ଆବେଦନ ଖାରଜ ।

 

ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ସୂରଜଙ୍କୁ କ୍ଲିନଚିଟ୍। ଅଭିନେତାଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ ସିବିଆଇ କୋର୍ଟ।

 

ନିଜ ଭାଷାରେ ଏଣିକି ସୂଚନା, ସଚେତନତା ଓ ମନୋରଞ୍ଜନ, ଓଡ଼ିଶାରେ ୭ଟି ଏଫଏମ ଟ୍ରାନ୍ସମିଟର ଶୁଭାରମ୍ଭ କଲେ ମୋଦୀ ।

ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଜନତା ।

 

ଇସ୍ତଫା ଦେଲେ ଜେଟ୍‌ ଏୟାରଓ୍ବେଜ୍‌ର ସିଇଓ ସଞ୍ଜୀବ କପୂର, ୨୦୧୯ରୁ ବନ୍ଦ ରହିଛି ବିମାନ ଉଡ଼ାଣ ।

 

ସୁଦାନରୁ ଫେରିଲେ ୬ଜଣ ଓଡ଼ିଆ। ବଖାଣିଲେ ଗୃହ ଯୁଦ୍ଧ ଭିତରୁ ମୁକୁଳି ଆସିବାର ଛାତିଥରା ଅନୁଭୂତି।

 

ଟ୍ରେନ ଟିକେଟରେ ବରିଷ୍ଠ ନାଗରିକଙ୍କୁ ରିହାତି ମିଳିବନି: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ।

 

ନିବେଶକଙ୍କ ସମ୍ପତ୍ତି‌ ୩ ଲକ୍ଷ କୋଟି ବଢ଼ିଲା: ସେନ୍‌ସେକ୍ସରେ ୪୬୩ ପଏଣ୍ଟ୍‌ ବୃଦ୍ଧି ।

 

ଓବାମାଙ୍କ ନେଟ୍‌ଫ୍ଲିକ୍ସ ଡକୁସିରିଜ୍‌ରେ ଟାଟା ଅଧ୍ୟକ୍ଷ ଚନ୍ଦ୍ରଶେଖରନ ।

 

ଗୋଟିଏ ଇନିଂସରେ ବୋଲିଂ କଲେ ୯ ଜଣ ଖେଳାଳି:IPL ଇତିହାସରେ ନୂଆ ଅଧ୍ୟାୟ ଲେଖିଲେ ରାହୁଲ।

 

ବଢିଲା ବ୍ରିଜଭୂଷଣଙ୍କ ଅଡୁଆ, ପୋକ୍ସୋ ଆକ୍ଟରେ ୨ଟି ଏଫଆଇଆର ରୁଜୁ କଲା ଦିଲ୍ଲୀ ପୋଲିସ୍‌।

 

ଭୁବନେଶ୍ଵରରେ ଉଦଯାପିତ ହେଲା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ: ଶେଷରେ ବିଶ୍ଵପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ପ୍ରତିନିଧି ।

 

‘ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଗ୍ରହଣ କରିବି’, କୁସ୍ତି ଯୋଦ୍ଧାଙ୍କ ଧାରଣା ପ୍ରସଙ୍ଗରେ ମୁହଁ ଖୋଲିଲେ ବ୍ରିଜଭୂଷଣ ସିଂ ।

 

ସୁଦାନରେ ବିନା ଆଲୋକରେ ବିମାନ ଅବତରଣ କଲେ ସାହସୀ IAF ପାଇଲଟ, ଆଶ୍ଚର୍ଯ୍ୟଜନକ ଅପରେସନରେ ୧୨୧ ଜଣ ଭାରତୀୟ ଉଦ୍ଧାର।

 

ଓଡ଼ିଶାରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍, ଟ୍ରେନ୍‌ ଭିତର ଦୃଶ୍ୟକୁ ଉପଭୋଗ କଲେ ଯାତ୍ରୀ।

 

ସୁପ୍ରଭାତ ,ଶୁଭ ସକାଳ ।