March 12, 2026
IMG-20230429-WA0001
Share

 

——-ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ଥାନା ଅଧିକାରୀ ଙ୍କ ନିର୍ଦେଶ ପ୍ରକାରେ ଥାନା କର୍ମଚାରୀ ମୋହନା ବଡଗଡ଼ ରୋଡ ରେ ତନଖି କରୁଥିବା ବେଳେ କେସରା ଛକରେ ଗୋଟିଏ ବୋଲେରୋ ପିକ-ଅପ ଗାଡିକୁ ଅଟକାଇ ତଦନ୍ତ କରିବାରୁ ସେଥିରେ ଚୋରା ଚାଲାଣ ହେଉଥିବା ୬୦୯କେଜି ୪୦୦ଗ୍ରାମ ଗଞ୍ଜେଇ ଯାଉଥିବା ଦେଖିବାକୁ ମିଳିଥିଲା।ସେହି ଗଞ୍ଜେଇକୁ ଜବତ କରିବା ସହ ଚୋରା ଚାଲାଣ ଅଭିଯୋଗରେ ଫିରୋଜ ମଲ୍ଲିକ ନାମକ ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅଧିକ ତଦନ୍ତ ସହ ଗାଡିକୁ ମଧ୍ୟ ଜବତ କରାଯାଇଛି।ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଏଠାରେ କାର୍ଯ୍ୟ ଭାର ଗ୍ରହଣ କରିବା ଦିନ ଠାରୁ ଦୈନିକ କିଛି କିଛି ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଧରିବାରେ ସକ୍ଷମ ହୋଇଥିବା ଜଣାପଡିଛି।ମୋହନା ଥାନା ଅଧିକାରୀ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁଥାନା କେସ ନମ୍ବର ୫୬/୨୩ପ୍ରକାରେ କେସ ରୁଜୁ ହୋଇଥିବା ପ୍ରକାଶ।