April 1, 2025

ଦକ୍ଷିଣ ପୁର୍ବ ରେଳବାଇର ଜି.ଏମ ପରମେଶ୍ବର ପଂଖଓ୍ବାଲଙ୍କ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ

Share

 

ପାରଳାଖେମୁଣ୍ଡି:୨୯/୩(ଗରୁଡ ଧ୍ଵଜ ଚୌଧୁରୀ) ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ପରମେଶ୍ବର ପଂଖଓ୍ବାଲ ଙ୍କ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ । ନିର୍ମାଣଧୀନ ରେଳଷ୍ଟେସନର କାର୍ଯ୍ୟର ତଦାରଖ କରିବାସହ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ସମସ୍ତ କାର୍ଯ୍ୟର ତଦାରଖ ତଥା ନିରୀକ୍ଷଣ କରିଥିଲେ । ନିର୍ମାଣଧିନ କୋଠାବାଡି ସହ ଉନ୍ନତିକରଣ କାମ ଗୁଡିକୁ ବୁଲିଦେଖିଥିଲେ । ରେଳଷ୍ଟେସନ ର ଆନୁସାଙ୍ଗିକ ବ୍ୟବସ୍ଥା, ବିକାଶ କାମର ଅଗ୍ରଗତି ଆଦି ସମ୍ପର୍କରେ ପଚାରି ବୁଝିଥିଲେ । ଏନେଇ ଶ୍ରୀ ପଂଖଓ୍ବାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ରେଳପଥର ବିଭିନ୍ନ ଷ୍ଟେସନ୍ ଗୁଡିକରେ ବିକାଶ ସହ ବ୍ୟବସ୍ଥା ସମ୍ପର୍କରେ ତଦାରଖ କରାଯାଇଛି । ସହ

ନୌପଡା-ପାରଳାଖେମୁଣ୍ଡି-ଗୁଣୁପୁର ମଧ୍ୟରେ ଥିବା ଷ୍ଟେସନ୍ ଗୁଡିକର ଉନ୍ନତିକରଣ ଏବଂ ଏହି ପଥରେ ପ୍ରଥମେ ଚାଲୁ ରହିଥିବା ଟ୍ରେନ୍ ଗୁଡିକ ସଠିକ୍ ସମୟରେ ଯାତାୟତ କରିବା ଏବଂ ବେଗ ବଢାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଭାରତ ଯୋଜନାରେ ସାମିଲ ହୋଇ ନିର୍ମାଣ କାର୍ଯ୍ୟ ଚାଲିଥିବା ରେଳଷ୍ଟେସନ ମଧ୍ୟରେ ପାରଳାଖେମୁଣ୍ଡି ରେଳଷ୍ଟେସନର କାର୍ଯ୍ୟ ଅଧିକ ଅଗ୍ରଗତି ହୋଇଛି , ଯଥାଶୀଘ୍ର ଏହାର ଉଦଘାଟନ କରାଯିବ ।