April 1, 2025

କୋଟପାଡ଼ ଓକିଲ ସଂଘ ନିର୍ବାଚନ ମଣିପ୍ରସାଦ ସଭାପତି ଓ ମୁକ୍ତେଶ୍ୱର ସମ୍ପାଦକ ନିର୍ବାଚିତ ..

Share

 

କୋରାପୁଟ ଜିଲ୍ଲା କୋଟପାଡ଼ ଓକିଲ ସଂଘର ନିର୍ବାଚନ ଆଜି ଶେଷ ହୋଇଛି।ବରିଷ୍ଟ ଆଇନଜୀବି ମଣିପ୍ରସାଦ ପଟ୍ଟନାୟକ ପଚିଶ ଟି ଭୋଟ ପାଇଁ ବିଜୟୀ ହୋଇଥିବା ବେଳେ ସମ୍ପାଦକ ଭାବରେ ଯୁବ ଆଇନଜୀବୀ ମୁକ୍ତେଶ୍ୱର ନାୟକ ବିଜୟୀ ହୋଇଥିବା ଜଣାଯାଇଛି। ଶ୍ରୀ ପଟ୍ଟନାୟକ ପୂର୍ବରୁ ସାତ ଥର ନିର୍ଦ୍ୱନ୍ଦ୍ୱରେ ସଭାପତି ଦାୟିତ୍ୱ ତୁଲାଇ ଥିଲେ।ତାଙ୍କ ସମୟ ରେ ନୂତନ କୋର୍ଟ କୋଠା ସମେତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିବା ସହର ରେ ଚର୍ଚ୍ଚା ଲାଗିରହିଛି।ଫଳା ଫଳ ଘୋଷଣା ହେବା ପରେ ଓକିଲ ବନ୍ଧୁ ଙ୍କ ସମେତ ସ୍ଥାନୀୟ ବିଧାୟକ ଶ୍ରୀ ରୁପୁ ଭତରା, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ଯୁବ କାଉନସିଲର ଟିକୁ ବିଶୋଇ, ପୂର୍ବତନ ଏନଏସି ଉପାଧ୍ୟାକ୍ଷ ବାପୁନ ତ୍ରିପାଠୀଙ୍କ ସମେତ ସମସ୍ତ ରାଜନୈତକ ଦଳ ର ନେତା ସୁବେଚ୍ଛା ଜଣାଇ ଥିବାର ଜଣାଯାଇଛି।

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର