ବୁଗୁଡ଼ା ଓକିଲ ସଂଘ ନିର୍ବାଚନ, ଅମର ପଟ୍ଟନାୟକ ସଭାପତି , ସିମାଞ୍ଚଳ ନନ୍ଦ ସମ୍ପାଦକ

ବୁଗୁଡ଼ା : ତା ୨୯/୦୩/୨୫ : ବୁଗୁଡ଼ା ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହୋଇ ଫଳାଫଳ ଘୋଷଣା ହୋଇଛି l ଏଥିରେ ସଭାପତି ଭାବେ ଅମର କୁମାର ପଟ୍ଟନାୟକ ଏବଂ ଉପସଭାପତି ଭାବେ ସତ୍ୟ ନାରାୟଣ ମିଶ୍ର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ସିମାଞ୍ଚଳ ନନ୍ଦ ଦ୍ବିମୁଖୀ ପ୍ରତିଦ୍ୱନ୍ଦିତାରେ ବିଜୟୀ ଘୋଷିତ ହୋଇଛନ୍ତି l ଇସି ମେମ୍ବର ଭାବେ ଦୁର୍ଗା ମାଧବ ପଣ୍ଡା , ସଂଗ୍ରାମ କୁମାର ପାତ୍ର ଓ ମନୋଜ କୁମାର ପାଣିଗ୍ରାହୀ, ସହସମ୍ପାଦକ ଭାବେ ଶ୍ରୀକାନ୍ତ ଶତପଥି ଓ କୋଷାଧକ୍ଷ ଭାବେ ରବିନ୍ଦ୍ର ବେହେରା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି l ନିର୍ବାଚନ ଅଧିକାରୀ ଭାବେ ପ୍ରକାଶ ଚନ୍ଦ୍ର ଭୂୟାଁ ଓ ସହ-ନିର୍ବାଚନ ଅଧିକାରୀ ଭାବେ କାହ୍ନୁ ଚରଣ ସାହୁ ଦାୟିତ୍ୱ ନିର୍ବାହ କରିଥିଲେ l