ଆଜିର ଖବର…
➡️୧-ଓଡ଼ିଶାରେ ମନରେଗା ମଜୁରି ୨୩୭ ଟଙ୍କା ରୁ ୨୫୪ ଟଙ୍କା କୁ ହେଲା ବୃଦ୍ଧି l ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହି ନୂଆ ମଜୁରି ଏପ୍ରିଲ୍ ୧ରୁ ଲାଗୁ ହେବ।
➡️୨-ବେଙ୍ଗାଲୁରୁ ସ୍ଥିତ ଏଚଏଏଲ ପରିସରରେ ଭାରତର ନୂଆ ଫାଇଟର ଜେଟ୍ Tejas Mk-1A ପ୍ରଥମ ଉଡାଣ ହେଲା ସଫଳ l
➡️୩-PhonePe ୟୁଜର ଏଣିକି ଏବେ ୟୁଏଇରେ ବି କରିପାରିବେ ୟୁପିଆଇ ଟ୍ରାଞ୍ଜେକ୍ସନ, କମ୍ପାନି NEOPAY ସହ କଲା ବୁଝାମଣା l
➡️୪-ରାଜ୍ୟର ୫ଟି ସହରର ତାପମାତ୍ରା ୩୯ ଡିଗ୍ରି ଟପିଲା । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରିରେ ପହଞ୍ଚିବା ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ୨ ଦିନ ମଧ୍ୟରେ ୪୦ଡିଗ୍ରୀ ଛୁଇଁବା ଆଶଙ୍କା l
➡️୫-ଏପ୍ରିଲ ୧ ତାରିଖ ଯାଏ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରିମାଣ୍ଡ ଅବଧି । କୋର୍ଟରେ ଇଡି କହିଲା ଜବତ ମୋବାଇଲର ଚାଲିଛି ଅନୁଧ୍ୟାନ l
➡️୬-ଗୋପାଳପୁର ବେଳାଭୂମିର ବିଭିନ୍ନ ସ୍ଥାନରେ ଶତାଧିକ ଜେଲିଫିସ୍ ହେଲା ଠାବ l ତେବେ କେଉଁ କାରଣରୁ ଏତେ ସଂଖ୍ୟକ ଜେଲିଫିସ୍ କୂଳକୁ ଚାଲିଆସିଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି।
➡️୭-ଓଡ଼ିଆ ଭାଷାରେ କୋର୍ଟ କାର୍ଯ୍ୟ ପାଇଁ ହାଇକୋର୍ଟ ର ପ୍ରସ୍ତୁତି ଆରମ୍ଭ, ନିଯୁକ୍ତ ହେବେ ୨୩ ଜଣ ଅନୁବାଦକ l
➡️୮-ବର୍ଷକୁ ୧୭.୭୩ କେଜି ମାଛ ଖାଆନ୍ତି ଓଡ଼ିଆ। ୨୦୦୦ ମସିହାରେ ବର୍ଷକୁ ଓଡ଼ିଶାର ଜଣେ ବ୍ୟକ୍ତି ୭.୭୧ କେଜି ମାଛ ଖାଉଥିଲେ କିନ୍ତୁ ବର୍ତ୍ତମାନ ଏହା ପାଖାପାଖି ଅଢ଼େଇ ଗୁଣ ବଢ଼ିଥିବା ନେଇ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟରେ ଆସିଲା ସୂଚନା l
➡️୯-ପ୍ରତି ଦୁଇବର୍ଷ ଅନ୍ତରରେ ଫୁଲବାଣୀରେ ଅନୁଷ୍ଠିତ ହେଉଥିବା ନାରାୟଣୀ ଯାତ୍ରା ପରିଚଳନା ପାଇଁ ବସିଲା ବୈଠକ l ଏପ୍ରିଲ ୧୪ରେ ପଡିବ ଶୁଭଖୁଣ୍ଟି, ମେ’ ୧୦ରୁ ଯାତ୍ରା ଆରମ୍ଭ l
➡️୧୦-ପୂର୍ବତନ IPS ସଞ୍ଜିବ ଭଟ୍ଟଙ୍କୁ ୨୦ ବର୍ଷ ହେଲା ଜେଲ, ୨୮ ବର୍ଷ ପୁରୁଣା NDPS ମାମଲାରେ ଦଣ୍ଡ ଶୁଣାଇଲେ କୋର୍ଟ l
➡️୧୧-ମୁମ୍ବାଇରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନାରେ ସାମିଲ୍ ହେଲେ ବଲିଉଡ ଅଭିନେତା ଗୋବିନ୍ଦା l
➡️୧୨-ଚଳିତ ବର୍ଷର ଏପ୍ରିଲ୍ ୧ରେ ଲୋକମାନେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ କରିପାରିବେ ନାହିଁ। ସେହିଦିନ ବାର୍ଷିକ ଖାତା ବନ୍ଦ କାମ ହେବାକୁ ଥିବାରୁ ଦେଶରେ ଥିବା ୧୯ଟି ଇସ୍ୟୁ ଅଫିସ୍ରେ ୨୦୦୦ ଟଙ୍କିଆ ନୋଟ୍ ବଦଳ କିମ୍ବା ଜମା ହୋଇପାରିବନି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦିଆଗଲା ସୂଚନା l
➡️୧୩-ବେଙ୍ଗାଲୁରୁରେ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାର ଅନ୍ୟତମ ମୁଖ୍ୟ ଷଡ଼୍ଯନ୍ତ୍ରକାରୀ ମୁଜାମ୍ମିଲ ସରିଫକୁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ୩ଟି ରାଜ୍ୟର ଏକାଧିକ ସ୍ଥାନରେ ଚଢ଼ଉ କରି କଲା ଗିରଫ l
➡️୧୪-ବାନ୍ଦା ଜେଲରେ ବନ୍ଦୀ ଭାବେ ଥିବା ମାଫିଆ ମୁଖତାର ଅଂସାରୀଙ୍କ ହୃଦଘାତରେ ହେଲା ମୃତ୍ୟୁ l ମଉ, ବାନ୍ଦା ଏବଂ ଗାଜିପୁରରେ ଧାରା ୧୪୪ ହେଲା ଲାଗୁ l
➡️୧୫-ପ୍ରଖ୍ୟାତ ଭାରତୀୟ ଆମେରିକୀୟ ଗଣିତଜ୍ଞ ଟିଏନ୍ ସୁବ୍ରମଣିୟମଙ୍କ ୭୬ ବର୍ଷ ବୟସରେ ହେଲା ପରଲୋକ l
➡️୧୬-ବିହାରରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ଆଜି ଆସନ ଭାଗବଂଟା ନେଇ ଘୋଷଣା ହେବା ସମ୍ଭାବନା l
➡️୧୭-ଆଦାନୀ ପାୱାର ପ୍ରୋଜେକ୍ଟର ୨୬% ଅଂଶଧନ କିଣିଲା ରିଲାଏନ୍ସ, ବ୍ୟବସାୟରେ ପ୍ରଥମ ଥର ହାତ ମିଳାଇଲେ ଅମ୍ବାନୀ ଓ ଆଦାନୀ l
➡️୧୮-୯ତମ ଆଇପିଏଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହେଲା ରାଜସ୍ଥାନ ରୟାଲ୍ସ।
➡️୧୯-ଇତିହାସ ରଚିଲେ ରିଷଭ ପନ୍ତ, ଡିସି ପାଇଁ ୧୦୦ଟି ମ୍ୟାଚ ଖେଳି ହେଲେ ୭ମ ଖେଳାଳି l ଏ ପର୍ଯ୍ୟନ୍ତ ଏହି ରେକର୍ଡ ଅମିତ ମିଶ୍ରାଙ୍କ ନାମରେ ଥିଲା, ଯିଏ ୧୦ଟି ଅଲଗା ଅଲଗା ସିଜନରେ ଡିସି ପାଇଁ ମୋଟ ୯୯ଟି ମ୍ୟାଚ ଖେଳିଥିଲେ।
➡️୨୦-ଆର୍ସିବି-ପଞ୍ଜାବ କିଙ୍ଗ୍ସ ମ୍ୟାଚ୍ ସମୟରେ ଜଣେ ପ୍ରଶଂସକ ପଡ଼ିଆ ମଝିକୁ ଚାଲି ଆସିବା ସହ କୋହଲିଙ୍କୁ ମୁଣ୍ଡିଆ ମାରି କୁଣ୍ଢାଇ ପକାଇଲେ l