April 25, 2026

ଗଜପତି ଜିଲ୍ଲାର ଅଡ଼ବା ଠାରେ ରାଜ୍ୟ ମାଇନେରିଟ୍ ସେଲ୍ ର ଉପଦେଷ୍ଟା ଙ୍କ ସମ୍ବର୍ଧନା ସହ ଜନ ଶୁଣାଣି

IMG-20230329-WA0029
Share

 

(ରିପୋର୍ଟ:- ଦିପକ ପ୍ରଧାନ)——-ଆଜି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅଡ଼ବା ପଞ୍ଚାୟତ ଠାରେ ଗଜପତି ବିଜେଡ଼ି ସଭାପତି ଜଗବନ୍ଧୁ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଧନା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଅଛି । ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମାଇନେରିଟ୍ ସେଲ୍ ର ଉପଦେଷ୍ଟା ପ୍ରୂଥିବିରାଜ୍ ସାହୁ, ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ, ବ୍ଲକ୍ ସଭାପତି ତଥା ବ୍ଲକ୍ ଅଧ୍ୟକ୍ଷ ରଞ୍ଜିବ ଶବର, ଏମ୍,ପି ପ୍ରତିନିଧି ଭାଷ୍କର ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା କୁନ୍ତଳା ମଲ୍ଲିକ,ଏସ୍,ଡି,ସି ମେମ୍ବର ହାଡ଼ିଆ କନ୍ଧ,ତଥା ୧୫ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ତଥା ବହୁ ବିଜୁ ପରିବାର ର ସମସ୍ତ ବୁଦ୍ଧିଜୀବୀ ତଥା ସମସ୍ତ କର୍ମୀ ଉପସ୍ଥିତ ଥିଲେ ।ଉକ୍ତ କାର୍ଯ୍ୟ କ୍ରମରେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତ କାରି କାର୍ଯ୍ୟ ଗୁଡ଼ିକ ସଫଳ ଭାବେ ରୁପାୟନ ହେଉଛି ନା ନାହିଁ ତା ଉପରେ ଆଲୋକପାତ କରିଛନ୍ତି ।ତତ୍ ସହିତ ଆଗାମୀ ଦିନରେ କିଭଳି ଭାବରେ ତଳ ସ୍ତରରୁ ଦ୍ରୁଢ଼ କରି ହେବ ତା ଉପରେ ଆଲୋଚନା କରିଛନ୍ତି । ଏଥି ସହ ପ୍ରତ୍ୟେକ ୧୫ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ସମିତି ସଭ୍ୟ/ସଭ୍ୟା ବିଭିନ୍ନ ସମସ୍ୟା ଉପରେ ପ୍ରୁଥିବିରାଜ୍ ସାହୁ ତଥା ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ବ୍ଲକ୍ ଅଧ୍ୟକ୍ଷ ରଞ୍ଜିବ ଶବର ଙ୍କୁ ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି ।ଏଥି ସହ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ମାନ୍ୟବର ଖାଦ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ତଥା ଜିଲ୍ଲା ପ୍ରଶାସନ ନିକଟରେ ଏହି ସମସ୍ୟାକୁ ଉପସ୍ଥାପନ କରାଇ ସମାଧାନ କରିବା ନିମନ୍ତେ ଚେଷ୍ଟା କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । ଏହା ଶୁଣି ଅଞ୍ଚଳ ବାସିଙ୍କ ମନରେ ଏକ ଆନନ୍ଦର ଲହରୀ ଖେଳିଯାଇଛି ।