April 25, 2026

ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରରେ ଗୁରୁ ରଘୁନାଥ ପାତ୍ରଙ୍କ ଓଡ଼ିଶୀ ସଙ୍ଗୀତ ପରିବେଷଣ।

16263835-b64e-424c-b5f3-529f75abf12a
Share

ପାରଳାଖେମୁଣ୍ଡି:୨୯/୩/(ଗରୁଡ଼ ଧ୍ଵଜ ଚୌଧୁରୀ)ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ଓ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଓଡ଼ିଶୀ ସଙ୍ଗୀତ ଉତ୍ସବରେ ପାରଳାଖେମୁଣ୍ଡିର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ ଓଡିଶୀ ସଙ୍ଗୀତଜ୍ଞ ଗୁରୁ ପଣ୍ଡିତ ଶ୍ରୀ ରଘୁନାଥ ପାତ୍ରଙ୍କ ଭୁବନେଶ୍ୱରର ଉତ୍କଳ ରଙ୍ଗମଞ୍ଚରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଛନ୍ତି। ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ହାରମୋନିୟମରେ ଶ୍ରୀ ବାଳକୃଷ୍ଣ ଜେନା, ମର୍ଦ୍ଦଳରେ ଶ୍ରୀ ସୀତାକାନ୍ତ ଜେନା ଓ ବଂଶୀରେ ଶ୍ରୀ ସୌମ୍ୟରଞ୍ଜନ ଯୋଶୀ ସହଯୋଗ କରିଥିଲେ।ଏହି ଉତ୍ସବରେ ଓଡ଼ିଶୀ ସଙ୍ଗୀତଜ୍ଞ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ,ଗୁରୁ ଧନେଶ୍ଵର ସ୍ଵାଇଁ ( କେନ୍ଦ୍ର ସଙ୍ଗୀତ ଏକାଡେମୀ ପୁରସ୍କାରପ୍ରାପ୍ତ ମର୍ଦ୍ଦଳ ବାଦକ), ଶ୍ରୀ ସୁବାଷ ଚନ୍ଦ୍ର ଆଚାର୍ଯ୍ୟ , ଅନୁଜା ତାରିଣୀ ମିଶ୍ର ଓ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଗୁରୁ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ସଫଳତା ପାଇଁ କ୍ରିଏଟିଭ ଆର୍ଟସର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ, ନାଟ୍ୟ ଶ୍ରୀ ଦେବେନ୍ଦ୍ର ଦାସ, ଭକ୍ତି ସଙ୍ଗୀତ ସଂସଦର ସ‌ମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ଓ ସମସ୍ତ କର୍ମକର୍ତ୍ତା ଗୁରୁ ଶ୍ରୀ ପାତ୍ରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ।

You may have missed