May 11, 2026

ଫେବ୍ରୁଆରିରେ ପୁଣି ବଢ଼ିବ ତାପମାତ୍ରା……

IMG-20250129-WA0023
Share

 

 

.ଗତ ୨୪ ଘଣ୍ଟାରେ ନୟାଗଡ଼ରେ ଘନ କୁହୁଡ଼ି ପରିଲକ୍ଷିତ ହୋଇଛି। ଏଠାରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା। ଏହା ବ୍ୟତୀତ ଅନୁଗୁଳ, ଭୁବନେଶ୍ବର, ଗୋପାଳପୁର, ଢେଙ୍କାନାଳ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ ଓ ଜଗତ୍ସିଂହପୁରରେ ୫୦ରୁ ୨୦୦ ମିଟର, ପାରାଦୀପ ଓ ତାଳଚେରରେ ୨୦୦ରୁ ୫୦୦ ଓ ପୁରୀରେ ୫୦୦ରୁ ୧୦୦୦ ମିଟର ମଧ୍ୟରେ ଥିଲା।ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୮.୫, ଘୁ.ଉଦୟଗିରିରେ ୮.୬, ସିମିଳିଗୁଡ଼ାରେ ୯.୬, କୋରେଇରେ ୯.୭, ସୁନ୍ଦରଗଡ଼ରେ ୯.୯ ଡିଗ୍ରି ରହିଥିଲା। ଆସନ୍ତା ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ପରବର୍ତ୍ତୀ ୩ ଦିନ ମଧ୍ୟରେ ୨ରୁ ୪ ଡିଗ୍ରି ବୃଦ୍ଧି ପାଇବ। ଅର୍ଥାତ୍ ଫେବ୍ରୁଆରି ପ୍ରଥମ ସପ୍ତାହ ବେଳକୁ ସର୍ବନିମ୍ନ ତାପମାତ୍ରା ବଢ଼ିବ। ଉତ୍ତର ଉପକୂଳ ଓଡ଼ିଶା ସମେତ ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, କେନ୍ଦୁଝର, ପୁରୀ, ଗଜପତି, ମୟୂରଭଞ୍ଜ, ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ କୁହୁଡ଼ି ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।