September 26, 2026

ସେଣ୍ଟ ଜାଭିୟର ସ୍କୁଲ, ବ୍ରହ୍ମଗିରିର ୧୫ତମ ବାର୍ଷିକ ଉର୍ତ୍ସବ ବର୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି 

IMG-20250129-WA0009
Share

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ବେଣ୍ଟପୁର ଠାରେ ଇଂଲିଶ ମିଡିୟମ ସ୍କୁଲ ସେଣ୍ଟ ଜାଭିୟର ସ୍କୁଲର ୧୫ତମ ବାର୍ଷିକ ସ୍କୁଲର ନିର୍ଦ୍ଧେସିକା ତଥା ସମାଜସେବୀ ସସ୍ମିତା ସାହୁଙ୍କ ତତ୍ୱାବଧାନ ରେ ଏକ ବର୍ଣାଢ୍ୟ ପରିବେଶ ରେ ସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଓଏଏସ ଡ଼କ୍ଟର ଶରତ ଚନ୍ଦ୍ର ମହାପାତ୍ର, ଉତ୍କଳ ଇନଭର୍ସିଟି ର ଅବସରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ ସାମଲ, ବ୍ରହ୍ମଗିରି ତହସିଲଦାର ଶଶୀଭୁଷଣ ମିଶ୍ର, ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ଦେହୁରୀ, ଅଲ ଜାଭିୟର ଆସୋସିଏସନ ଚେୟାରମ୍ୟାନ ପ୍ରଭାତ କୁମାର ମିଶ୍ର, ବ୍ରହ୍ମଗିରି he n

oବିଜୟ କୁମାର ବେହେରା, ସହଶିକ୍ଷାଧିକାରୀ ମମତା ମିଶ୍ର, ଡ଼କ୍ଟର    ଶ୍ରୀଧର ସାମଲ, ପ୍ରିୟମ୍ବଦା ନାୟକ, ଶୋଭନ ସାମଲ, ବିଭୁଦତ୍ତ ଭିକାରୀ ଚରଣ ଜେନା, ସୁଶାନ୍ତ କୁମାର ଜେନା ଓ ପ୍ରଫୁଲ କୁମାର ଜେନା ପ୍ରମୁଖ ମଞ୍ଚାସିନ ହୋଇ ନିଜନିଜର ଅଭିଭାଷଣ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉର୍ସାହିତ କରିବା ସହିତ ସ୍କୁଲ ପରିସରରେ ଏକ ଓଡ଼ିଆ ପାଠାଗାର ଖୋଲିବାପାଇଁ ପରାମର୍ଶ ଦେଇଥିଲେ l ପରେପରେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଡଲି ପାଣି ଙ୍କୁ ସୁପର ମମ ର ମୁକୁଟ ପିନ୍ଧାଇଥିଲେ ସ୍କୁଲର ନିର୍ଦ୍ଧେସିକା ସସ୍ମିତା ସାହୁ l ପରେପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସ୍କୁଲର ଅଧକ୍ଷଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅଭିଭାବକ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed