November 16, 2024

ଦୃଷ୍ଟିହୀନ ନାବାଳିକା କୁ ଭେଟିଲା ରାଜ୍ୟ କଂଗ୍ରେସ ର ୭ ଜଣିଆ ଟିମ୍, ତିନି ଜଣ ଙ୍କୁ ଧରିବାକୁ ସାତ ଦିନର ସମୟ ଦେଲା କଂଗ୍ରେସ ।

Share

ଅସ୍ତରଙ୍ଗ,29/01:-କାନ୍ଦୁଛି ପୀଡିତା, କାନ୍ଦୁଛନ୍ତି ପରିବାର, ଅନ୍ଧୁଣି ଭଉଣୀ କୁ ଧର୍ଷଣ କରି ଗିରଫ ହେଲା କଂସାରୀ ଭାଇ ସୁବାସ ହେଲେ, ଅନ୍ୟ ତିନି ଜଣ ରାକ୍ଷସ ବୁଲୁଛନ୍ତି ବାହାରେ । ବିଭିନ୍ନ ଗଣ ମାଧ୍ୟ୍ୟମ ରେ ଖବର ପ୍ରସାରଣ ପରେ ଆଜି ରାଜ୍ୟ କଂଗ୍ରେସ ର ସାତ ଜଣିଆ ଟିମ୍ , ଯଥା ବଟକୃଷ୍ଣ ତ୍ରିପାଠୀ(ପୂର୍ବତନ ପୋଲିସ ଡିଆଇଜି), ଶିବାନନ୍ଦ ରାୟ (ଉପ ସଭାପତି, ଓଡିଶା ପ୍ରଦେଶ କଂଗ୍ରେସ ),ଅମୀୟ କୁମାର ପଟ୍ଟନାୟକ,ସଭାପତି,କୃଷକ କଂଗ୍ରେସ ପ୍ରଭାବତୀ ପଟ୍ଟନାୟକ (ଉପସଭାପତି, ରାଜ୍ୟ ମହିଳା କଂଗ୍ରେସ ), ନଳିନୀ କାନ୍ତ ନାୟକ (ରାଜ୍ୟ କଂଗ୍ରେସ ମୁଖପାତ୍ର ), ନିରୁପମା ପାତ୍ର (ଜିଲ୍ଲା ସଭାପତି , ମହିଳା କଂଗ୍ରେସ ), ବିଶ୍ୱ ଭୂଷଣ ଦାସ (କାକଟପୁର କଂଗ୍ରେସ ନେତା )ଓ ପ୍ରଶାନ୍ତ ଭୋଳ, ପ୍ରତାପ ଖୁଣ୍ଟିଆ, ଅସ୍ତରଙ୍ଗ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ ମହାନ୍ତି, ମାନସ ସାହୁ ପ୍ରମୁଖ ପହଂଚିଥିଲେ ପୀଡିତା ଙ୍କ ବାସ ଭବନ ଅସ୍ତରଙ୍ଗ ବ୍ଲକ ଗଡ଼ ଗୋପାଳ ଗ୍ରାମରେ । ଭେଟି ଥିଲେ ପୀଡିତା ଓ ତା ପରିବାର କୁ । ସମବେଦନା ଦେବା ସହ ପୀଡିତା କୁ ନ୍ୟାୟ ପାଇଁ ଦାବି ଉଠାଇଲା ରାଜ୍ୟ କଂଗ୍ରେସ । ଅସ୍ତରଙ୍ଗ ପୋଲିସ ସହିତ, ମଧ୍ୟ ଆଲୋଚନା କରିଥିଲେ ପ୍ରତିନିଧି ମଣ୍ଡଳୀ । ଯଦି ସାତ ଦିନ ଭିତରେ
, ଅନ୍ୟ ତିନିଜଣ ଆସାମୀ ଗିରିଫ ନ ହୁଅନ୍ତି ତାହାଲେ,ରାଜ୍ୟ କଂଗ୍ରେସ ଦଳ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ପ୍ରତିନିଧି ମଣ୍ଡଳୀ ପ୍ରକାଶ କରିଛନ୍ତି ।