ଉମରକୋଟ ଠାରେ ଡାକ୍ତର ମାନଙ୍କ ଏକ ଘଣ୍ଟିଆ କାର୍ଯ୍ୟ ବନ୍ଦ ଡାକରା…..…
ଉମରକୋଟ(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ରେ ଆଜି ଡାକ୍ତର ମାନେ ୧୩ ଦଫା ଦାବି ନେଇ ଏକ ଘଣ୍ଟା ପାଇଁ କାର୍ଯ୍ୟ ବନ୍ଦ କରି ଥିଲେ। ସାରା ରାଜ୍ୟରେ ମଞ୍ଜୁରୀ ପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧା ରୁ ଅଧିକ ଡାକ୍ତର ପଦ ଗୁଡ଼ିକ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା ସହ ଅନ୍ୟ କିଛି ଦାବି ପାଇଁ ସରକାର ଯେତେ ଅନୁରୋଧ କଲେ ମଧ୍ୟ ବାରମ୍ବାର ସରକାର ଅଣଦେଖା ଓ ପ୍ରତାରଣା କରୁଛନ୍ତି। ତଥାପି ରୋଗୀ ସେବାକୁ ଗୁରୁତ୍ବ ଦେଇ ମାତ୍ର ଏକ ଘଣ୍ଟା ପାଇଁ ବହିବିଭାଗ ବନ୍ଦ କରିବା ପାଇଁ ବାଧ୍ୟ ହୋଇଛନ୍ତି। ଏହା ସହିତ ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ତ ଜାତୀୟ କାର୍ଯ୍ୟକ୍ରମ କୁ ବର୍ଜନ କରାଯିବ ବୋଲି କହିଛନ୍ତି। ଏହି ଲଢେଇ ଜନସାଧାରଣ ଙ୍କ ପାଇଁ ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଡାକ୍ତରମାନେ। ସେଥିପାଇଁ ଆଜି ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୦ ଟା ୧୧ ପର୍ଯ୍ୟନ୍ତ ବହି ବିଭାଗ ଏକ ଘଣ୍ଟା କାର୍ଯ୍ୟ ବନ୍ଦ ରହିବ।
