March 8, 2026

କେନାଲ ବ୍ରିଜ୍ ତଳକୁ ଖସି ବାଇକ୍ ଚାଳକ ଗୁରୁତର 

IMG-20251228-WA0002
Share

 

ବୁଗୁଡା : ତା ୧୭/୧୨/୨୫ : ସ୍ଥାନୀୟ ଷୋଳମଇଲି ଛକଠୁ ତାଳସାକର ଗାଁ ଅଭିମୁଖେ ଲମ୍ବିଥିବା ରାସ୍ତାରେ ଥିବା କେନାଲ ବ୍ରିଜ ତଳକୁ ଖସି ଜନୈକ ବାଇକ ଚାଳକ ଗୁରୁତର ହୋଇଥିବା ଜଣାଯାଇଛି। ଆହତ ବାଇକ ଚାଳକ ଜଣକ ହେଲେ ବୁଗୁଡା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମର ଶରତ ରାଉତ (୨୦)।ଘଟଣାରୁ ପ୍ରକାଶ ଯେ, ଷୋଳମଇଲି-ତାଳସାକର ରାସ୍ତାରେ ଶରତ ବାଇକରେ ଯାଉଥିବା ବେଳେ ଭାରସାମ୍ଯ ହରାଇ ହନୁମାନ ମନ୍ଦିର ନିକଟରେ ଥିବା କେନାଲ ବ୍ରିଜ ତଳକୁ ଖସି ପଡିଥିଲେ। କିଛି ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଜଣେ ବ୍ଯକ୍ତି ଶରତଙ୍କ ଆହତ ଅବସ୍ଥାରେ ପାଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।