ଗଛକୁ ଧକ୍କା ଦେଇ ବାଇକ୍ ଚାଳକ ଗୁରୁତର
ବୁଗୁଡା : ତା ୨୭/୧୨/୨୫ : ବୁଗୁଡ଼ା ବ୍ଲକର କରସିଂ ଗାଁ ନିକଟରେ ରାସ୍ତାକଡସ୍ଥ ଏକ ଗଛକୁ ଧକ୍କା ଦେଇ ବାଇକ୍ ଚାଳକ ଗୁରୁତର ହୋଇଥିବା ଜଣାଯାଇଛି। ଆହତ ଚାଳକ ଜଣକ ହେଲେ କରଚୁଲି ଗ୍ରାମର ଗଙ୍ଗାଧର ଡାକୁଆ (୩୨)।ଘଟଣାରୁ ପ୍ରକାଶ ଯେ, ଗଙ୍ଗାଧର ବାଇକ୍ ଯୋଗେ ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ କୁମ୍ପାପଡା ଗ୍ରାମସ୍ଥ ଏକ ରାଇସ୍ ମିଲରୁ ଗାଁକୁ ଫେରୁଥିବା ବେଳେ କରସିଂ ଗାଁ ନିକଟରେ ରାସ୍ତାକଡସ୍ଥ ଏକ ଗଛ ସହିତ ଜୋରରେ ଧକ୍କା ହୋଇଥିଲା। ସେଠାରୁ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ଦୁର୍ଘଟଣାରେ ତାଙ୍କର ଗୋଡ ଓ ହାତ ଖଣ୍ଡିଆ ଖାବରା ହେବା ସହ ମୁଣ୍ଡକୁ ଗଭୀର ଆଘାତ ଲାଗିଥିଲା। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।
