December 29, 2024

ଜବର ଦଖଲ ରେ ପଞ୍ଚାୟତ ଜମି !ଜମି ଉପରେ ବେପାରୀଙ୍କ ରାଜ୍

Share

 

 

କୋଲନରା : ଦିନକୁ ଦିନ ପଞ୍ଚାୟତ ଘର ଭଡ଼ା ନେବା ପାଇଁ ପଞ୍ଚାୟତ ସମିତି ଅଧିକାରୀ ଙ୍କ ସହ ବେପାରି ମାନଙ୍କ ମନ ଲେଖିବାରେ ଲାଗିଛି ।ପଞ୍ଚାୟତ ଦୋକାନ ଘର ଭଡ଼ା ନେଇ ନିଜର ପକେଟ ଗରମ କରିବା ସହ କୋଟିପଟି ହେବା ସ୍ବପ୍ନ ଦେଖି ସରକାରୀ ଜମି ଉପରେ ଲୁଲୁପ ଦୃଷ୍ଟି ରଖି ନିଜ ନିଜର ଦଖଲ ରେ ରଖି ବେପାର କରୁଥିବା ଅଭିଯୋଗ ହୋଇଛି । ଏହିଭଳି ସମସ୍ୟା ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଝୋରଡି ଗ୍ରାମ ପଞ୍ଚାୟତ ମିନଝୋଲା ଗ୍ରାମରେ ଦେଖିବାକୁ ମିଳୁଛି ।ପଞ୍ଚାୟତରାଜ ବିଭାଗ ଜନ କଲ୍ୟାଣ ପାଇଁ ପଞ୍ଚାୟତ ସମିତି କୁ ଆର୍ଥିକ ସହାୟତା ଯୋଗାଇ ପଞ୍ଚାୟତ ର ରାଜସ୍ୱ ବଢ଼ିବା ସହିତ ପଞ୍ଚାୟତ ରେ ଥିବା ଗ୍ରାମ ବା ୱାର୍ଡ ର ମୌଳିକ ସୁବିଧା ଯୋଗାଇ ଦେବାକୁ ଆର୍ଥିକ ସାହାଯ୍ୟ କରିଥାଏ ।ଯୋଉ ଆର୍ଥିକ ରାସି ବିଭିନ୍ନ ଯୋଜନା ପ୍ରସ୍ତୁତ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥାଏ। ଉକ୍ତ ପ୍ରକଳ୍ପ ରୁ ଯେଉଁ ରାଜସ୍ୱ ଆଦାୟ ହୁଏ ସେଇ ଅର୍ଥ ରାଶି ରୁ ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ୍ୟ ରେ ଖର୍ଚ୍ଚ କରି ଲୋକଙ୍କ ମଙ୍ଗଳ ପାଇଁ ଖର୍ଚ୍ଚ କରାଯାଏ ।କିନ୍ତୁ ଏଠି ଏହାର ଅନ୍ୟ ଦେଖିବାକୁ ମିଳିଛି । ନିଜେ ତ ଭଡ଼ା ରେ ରହି ଠିକ ସେ ପାଉଣା ନ ଦେଇ ପାଖରେ ଥିବା ପଞ୍ଚାୟତ ଜମି ରେ ଘର କରି ଭଡ଼ା ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ର ରାଜ୍ୟ ସରକାର ଯେତିକି ସରକାର ଜମି ଅଛି ସରକାରଙ୍କ ଅଧିନକୁ ଆଣିବା ପାଇଁ କହୁଥିବା ବେଳେ କୋଲନରା ତହସିଲ ଅଧିନରେ ଥିବା ସମସ୍ତ ସରକାରୀ ଜମି ଚିହ୍ନଟ ହୋଇପାରୁନାହିଁ। ଯୋଉ ଭଳି ଭାବେ ଝୋରଡି ଗ୍ରାମପଞ୍ଚାୟତ ର ମିନାଝୋଲା ରେ ଥିବା ପଞ୍ଚାୟତ ଜମି ବେପାରି ମାନଙ୍କ କବ୍ଜା ରେ ରହି ନିଜେ ନିଜେ ଘର କରି ଭଡ଼ା କୁ ଦେଇ ନିଜର ବେଆଇନ ରେ କଳାଧନ ସଞ୍ଚୟ କରି ସରକାର ଙ୍କୁ ଟେକ୍ସ ଫାଙ୍କୁଥିବା ସାଧାରଣ ରେ ଅଭିଯୋଗ ହୋଇଛି । ଏହି ବେପାରି ମାନଙ୍କ ପାଇଁ ପଞ୍ଚାୟତ ନିଜର ରାଜସ୍ୱ ହରେଇ ବସିଥିବା ବେଳେ ବ୍ଲକ ପ୍ରଶାସନ ବେପାରୀ ମାନଙ୍କ ସହ ଭିତିରିଆ ବୁଝାମଣା ହୋଇ ନାହାନ୍ତି ତ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଯଦି ଭିତିରିଆ ବୁଝାମଣା ହେଇନଥିବେ ତେବେ ଏତେ ଦିନ ହୋବ ଘର କରି ଜନ ସମ୍ପର୍କ କେନ୍ଦ୍ର ନାଁ ରେ ଟାଟା କୁ ଭଡ଼ାରେ ଦେଇ ବେଆଇନ ଭାବେ ନିଜର ପୌତ୍ରିକ ସମ୍ପତ୍ତି ଭଳି ବ୍ୟବହାର କରୁଛନ୍ତି ।ତେବେ ବେପାରୀଜଣକ କାହାର ଛତ୍ର ଛାୟା ତଳେ ଥାଇ ଏହିଭଳି କାର୍ଯ୍ୟ କରୁଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଉକ୍ତ କାର୍ଯ୍ୟ କୁ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୀବନ ଜେନା ଙ୍କୁ ପଚାରି ବୁଝିବାରୁ ମୁ କିଛି ଜାଣିନାହିଁ ବୋଲି କହିଥିଲେ ।ଉକ୍ତ ସମସ୍ୟା କୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ନେଇ ତଦନ୍ତ କରି ରାଜସ୍ୱ ଆଦାୟ ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହୋଇଛି ।

ରିପୋର୍ଟ :ସଞ୍ଜୀବ କଣ୍ଡାଗରୀ