December 29, 2024

ରାୟଗଡା ରେ ଆରମ୍ଭ ହୋଇଛି ଲୋକ ମହୁତ୍ସବ ଚଇତି ଓ ପଲ୍ଲିଶ୍ରୀ ମେଳା 2024 ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ପଡିଆ

Share

ରାୟଗଡା ରେ ଆରମ୍ଭ ହୋଇଛି ଲୋକ ମହୁତ୍ସବ ଚଇତି ଓ ପଲ୍ଲିଶ୍ରୀ ମେଳା 2024 ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଛି ଏହି ଜିଲ୍ଲା ସ୍ଥରୀୟ ମହା ଉତ୍ସବ ପାଞ୍ଚଦିନ ଧରି ହେଉଥିବା ବେଳେ ଚଇତି ମଞ୍ଚରେ ଜିଲ୍ଲା ଓ ରାଜ୍ୟ ବାହାର କଳାକାର ମାନେ ପାଞ୍ଚ ଦିନ ଧରି ନିଜର ପ୍ରତଭା ଦେଖାଇବାର ସୁଯୋଗ ପାଇବା ସହ ଦର୍ଶକଙ୍କ ମନରଞ୍ଜନ କରାଇବେ
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ୍ୟ ଆରମ୍ଭ ହୋଇଛି ଜିଲ୍ଲା ସ୍ଥରୀୟ ମେଳା ରାୟଗଡା ର ଅଧିଷ୍ଠାତ୍ରୀ ଦେବି ମା ମଝିଘରିଆଣି ମନ୍ଦିର ରୁ କଳସ ପୂଜା କରି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ଚଇତି ମଣ୍ଡପ ରେ କଳସ ସ୍ଥାପନ କରିବା ପରେ ପାରମ୍ପରିକ ରୀତି ନୀତି ଅନୁଯାଇ ଆରମ୍ଭ ହୋଇଛି ଚଇତି ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ରବି ନାୟକ (ଗ୍ରାମ ଉନ୍ନୟନ ତଥା ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ଓଡିଶା ) ଯୋଗ ଦେଇ ଏହି ଚଇତି ମଧ୍ୟରେ ଲୁକାୟତ କଳା ଓ ପ୍ରତିଭା ଲୋକ ଲୋଚନ କୁ ଆଣିବାର ଏକ ସମ୍ପୂଣ ସୁଯୋଗ ବୋଲି ପ୍ରକାଶ କରିଥିଲେ ପ୍ରଥମ ଦିନ ସାନ୍ଧ୍ୟରେ ଚାଟିକଣାର ଡାଙ୍ଗରିଆ କନ୍ଧ ନୃତ୍ୟ ପୁଟାସିଂ ର ଲାଞ୍ଜିଆ ସୌରା ନୃତ୍ୟ ପ୍ରଦର୍ଶନ ହୋଇ ଥିବା ବେଳେ ଦର୍ଶକଙ୍କ ମନକୁ ଛୁଇଁ ପାରିନଥିଲା
ଶୀତୁଆ ସନ୍ଧ୍ୟାରେ ପ୍ରତିଭାବାନ କଳାକାରଙ୍କ ଆକର୍ଷଣୀୟ କାର୍ଯ୍ୟକ୍ରମ ଦେଖିବାକୁ ସହର ତଥା ଗ୍ରାମଞ୍ଚଳ ଦର୍ଶକଙ୍କ ଭିଡ଼ ଦେଖି ବାକୁ ମିଳବା ବେଳେ ଏଥର ପ୍ରଥମ ଦିନ ସାନ୍ଧ୍ୟ ସମସ୍ତଙ୍କୁ ନିରାଶ ହେବାକୁ ପଡିଥିଲା ପ୍ରଥମ ସାନ୍ଧ୍ୟ ନୈରାଶ ଜନକ ହେବା ସହ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ୟ୍ୟ ଅଣ ଦେଖା କରା ଯାଇଥିଲା କିଛି ଗଣ ମାଧ୍ୟମ ପ୍ରତିନିଧି ସ୍ଥାନ ଛାଡି ଚାଲି ଗଲା ବେଳେ ଅତିରିକ୍ତ s p ଶ୍ରୀ ବିଷ୍ଣୁ ପ୍ରସାଦ ପାତ୍ର ଙ୍କ ହସ୍ତକ୍ଷେପ ପରେ ଗଣ ମାଧ୍ୟମ ଶାନ୍ତ ପଡ଼ିଥିଲେ ସମସ୍ତ ଙ୍କ ମୁହଁରୁ ଗୋଟିଏ କଥା ଯେ ପୂର୍ବ ସରକାର ଥିବା ସମୟରେ ଏପରି ଚଇତି ରେ ଅବବ୍ୟସ୍ଥା ନଥିଲା କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ଜାଣିଶୁଣି ଏପରି କରୁଥିବା ଚର୍ଚ୍ଚା ର ବିଷୟ ପାଲଟିଯାଇଛି
ରାୟଗଡା ରୁ ରବି ରାଜ ବୈଦ୍ୟ ଙ୍କ ରିପୋର୍ଟ