September 21, 2024
Share

୧-ଓଡିଶା ନ୍ୟାୟିକ ସେବା ପରୀକ୍ଷା ଫଳ ପ୍ରକାଶିତ, ୫୫ ଜଣ କୃତକାର୍ଯ୍ୟ। ସୁଶ୍ରୀତା ମିଶ୍ର ପ୍ରଥମ ସ୍ଥାନରେ ଅଛନ୍ତି।

୨-ଆହୁରି ଝଟକିବ ଆରଡ଼ି ପୀଠ; ଫେବୃଆରୀରୁ ଭଦ୍ରକରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ।

୩-ଆଜି ୧୫ଟି ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା, ସତର୍କ ରହିବାକୁ ପରାମର୍ଶ ଜାରି କଲେ ଏସ୍‌ଆରସି।

୪-ରାଜ୍ୟରେ ୨୪ ଘଂଟାରେ ଆଉ ୨ କୋଭିଡ ଆକ୍ରାନ୍ତ ଚିହ୍ନଟ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି, କୋଭିଡ଼ ନିୟମ ପାଳନ ପାଇଁ ଗଂଜାମ ପ୍ରଶାସନର ଗାଇଡଲାଇନ ଜାରି।

୫-ନୂଆବର୍ଷରୁ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନକୁ ଆସିବେ ଚିତା ବାଘ ଓ ଆଫ୍ରିକୀୟ ସିଂହ।

୬-ଯାଜପୁର: ଭିଜିଲାନ୍ସ ଜାଲରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ମଙ୍ଗଳ ବିଭାଗର ଭାରପ୍ରାପ୍ତ ବରିଷ୍ଠ କିରାଣୀ ସୁବ୍ରତ କୁମାର କାନୁନଗୋ।

୭-SCBରୁ ଡିସଚାର୍ଜ ହେଲେ ଗ୍ୟାଙ୍ଗଷ୍ଟର ଶୁସାନ୍ତ ଧଳ ସାମନ୍ତ, କଡା ସୁରକ୍ଷା ବଳୟରେ ପଠାଗଲା ବଲାଙ୍ଗୀର।

୮-ଏକଲବ୍ୟ କ୍ରୀଡ଼ା ପୁରସ୍କାର:ଟେନିସ ଖେଳାଳି ଦେବାଶିଷ ସାହୁଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ।

୯-ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗରେ CMC ବୈଠକରେ ହୋହଲ୍ଲା ; ଶାସକ-ବିରୋଧୀ କର୍ପୋରେଟର ମୁହାଁମୁହିଁ, ବୈଠକ ଅଧାରୁ ଉଠିଗଲେ ମେୟର।

୧୦-ଭୁବନେଶ୍ୱର: ମଦ ପିଇ ଖଟି କରୁଥିବାବେଳେ ପୋଲିସର ଚଢ଼ାଉ, ୩୮ ଜଣକୁ ଉଠାଇନେଲେ।

୧୧-ସଜେଇ ହୋଇଛି ଚିଲିକା ରାଣୀ । ମା’ କାଳିଜାଇଙ୍କ ପୀଠରେ ପର୍ଯ୍ୟଟକଙ୍କ ଗହଳି, ବିଦେଶୀ ପକ୍ଷୀଙ୍କ ସହ ଡଲଫିନ୍ ଦେଖିବାକୁ ପ୍ରବଳ ଭିଡ।

୧୨-ରାଜ୍ୟରେ ହେବ ପୋଷାକ ତିଆରି କାରଖାନା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରପ୍ତାନୀକାରୀ ସମୂହର ପ୍ରତିନିଧି।

୧୩-ବାରଙ୍ଗ ରତାଗଡରେ ହେବ ମେଟ୍ରୋ ରେଲୱେ ଡିପୋ, ରାଜସ୍ୱ ବିଭାଗ ଖାତାକୁ ଫେରିଲା ୧୯.୪ ଏକର ଜାଗା।

୧୪-ଇଡ୍‌କୋ CGM ସରୋଜକାନ୍ତ ମହାନ୍ତି ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବନ୍ଧାହେଲେ।

୧୫-ନୟାଗଡ:ତେଲକୋଇ ବନାଞ୍ଚଳରେ ଅଘଟଣ, ଟ୍ରକ୍‌ ଧକ୍କାରେ ଚାଲିଗଲା ହାତୀର ଜୀବନ।

୧୬-ଏମଫିଲ୍ କୋର୍ସରେ ହୋଇପାରିବ ନାହିଁ ନାମଲେଖା; ନାମ ନ ଲେଖାଇବାକୁ ଶିକ୍ଷାର୍ଥୀକ UGCର ପରାମର୍ଶ।

୧୭-ଜନତାଙ୍କୁ ନ୍ୟାୟ ଦେବାକୁ ରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଜାନୁଆରୀ ୧୪ରୁ ଦଳ କରିବ ଭାରତ ନ୍ୟାୟ ଯାତ୍ରା।

୧୮-କ୍ୟାବିନେଟ ନିଷ୍ପତ୍ତି: ଭାରତ-ମାଲେସିଆ ପ୍ରସାରଣ ସହଯୋଗ ବୃଦ୍ଧି ଚୁକ୍ତିନାମାକୁ ମଞ୍ଜୁରୀ।

୧୯-ମୁସଲିମ୍‌ ଲିଗ୍‌ ଜମ୍ମୁ କାଶ୍ମୀର ସଂଗଠନ ଉପରେ ଲାଗିଲା ପ୍ରତିବନ୍ଧକ।

୨୦-ରାଜଧାନୀ ଦିଲ୍ଲୀରେ ପାଦ ରଖିଲା ଜେଏନ୍‌.୧ ଭୂତାଣୁ, ପ୍ରଥମ ପଜିଟିଭ୍ ଚିହ୍ନଟ, ଜଣେ ମୃତ।