March 10, 2026

ଗଞ୍ଜାମ ମହିଳା ମହାବିଦ୍ୟାଳୟ ରେ କ୍ରୀଡା ବାର୍ଷିକ ଉଚ୍ଚବ ପାଳିତ…

hyfggjgj
Share

 

ଗଞ୍ଜାମ ସହରସ୍ଥିତ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ମହୋତ୍ସବ ବିଜୁପଟ୍ଟନାୟକ ମିନି ଷ୍ଟାଡିଅମ ଉଦ୍ଘାଟନୀ ହୋଇଯାଇଛି ମହାବିଦ୍ୟାଳୟ ଅଧକ୍ଷା ଶ୍ରୀମତୀ ଲିପିକା ପଣ୍ଡା ଅଧ୍ୟକ୍ଷତାରେ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଏନଏସିର ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାଢ଼ୀ, ମୁଖ୍ୟବକ୍ତା ଭାବେ ଗଞ୍ଜାମ ପଞ୍ଚାୟତ ସମିତି ଉନ୍ନୟନ ଅଧିକାରୀ ଶ୍ରୀ ବସନ୍ତକୁମାର ମଲ୍ଲିକ ଓ ସମ୍ମାନୀୟ ଅତିଥି ଭାବେ ଗଞ୍ଜାମ ତହସିଲଦାର ଶ୍ରୀ କୁଞ୍ଜବିହାରୀ ବଡ଼ଜେନା, ପରି ଚାଳନା କମିଟି ସମ୍ପାଦକ ମଙ୍ଗରାଜ ପଣ୍ଡା ମଞ୍ଚାସିନ ହୋଇଥିଲା l ଶ୍ରୀଯୁକ୍ତ ପଣ୍ଡା ଅଥିତି ପରିଚୟ ଦେବାସହ ବିବରଣୀ ପାଠ କରିଥିଲେ କ୍ରୀଡା ଉତ୍ସବ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା 100 ମିଟର ଓ 200 ମିଟର ସ୍ଵାଗତିକା ତରାଇ ପ୍ରଥମସ୍ଥାନ ଗ୍ରହଣ କରିଥିଲେ,ସେହିପରି ସଟପୁଟରେ ରଜେଶ୍ୱରି ମହାନ୍ତି, ଜାଭେଲିନ ଥ୍ରୋରେ ଦିପ୍ତିମୟୀ ମଣ୍ଡଳ, ହାଇଜମ୍ପରେ ଇପ୍ସିତା ଡାକୁଆ ଲଙ୍ଗଜମ୍ପରେ ସ୍ୱାଗତିକା ତରାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେମିତି ବେଡମିଣ୍ଟନରେ ରାଜେଶ୍ୱରୀ ମହାନ୍ତି, ସ୍କିପିଙ୍ଗରେ ପୟସୋନି ମହାନ୍ତି, ଲେମନ ସ୍ପୂନରେ ଦିପ୍ତୀମୟୀ ମଣ୍ଡଳ ଓ ରୀଙ୍ଗବଲ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି କୃତୀ ବିବେଚିତ ହୋଇଛନ୍ତି। । ପିଇଟି ଶ୍ରୀ ସୁଶାନ୍ତ କୁମାର ଦାସ ଓ ସୁନିଲ କୁମାର ପାଢ଼ୀ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ l ମହାବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମ ସୁପରିଚଳନା କରିଥିଲେ l

(ପ୍ରଦୀପ କୁମାର ପଣ୍ଡା)