ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଚେତନତା ପଦଯାତ୍ରା ।
ଖୋର୍ଦ୍ଧା – ( ପ୍ରିୟଙ୍କା ମହାପାତ୍ର)ବରିଷ୍ଟ ନାଗରିକ ଙ୍କ ବିରୋଧରେ ସଂଗଠିତ ହିଂସା ଏବଂ ସେମାନଙ୍କ ସୁରକ୍ଷା ଓ ରକ୍ଷଣା ବେକ୍ଷଣ କୁ ନେଇ ଆଇନତଃ ଅଧିକାର ର ସଚେତନତା ପଦଯାତ୍ରା । ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟ ମୁକୁନ୍ଦ ପ୍ରସାଦ ଖୋର୍ଦ୍ଧା ତରଫରୁ ଗୁରୁବାର ଦିନ ଆୟୋଜିତ ହୋଇଯାଇଅଛି । ଆଇନ ମହାବିଦ୍ୟାଳୟର ଶତାଧିକ ଏଲ୍. ଏଲ୍ . ବି , ବିଏ . ଏଲ୍ . ଏଲ ବି ଓ ପୋଷ୍ଟ ଗ୍ରାଜୁଏଟ ପିଲାମାନେ ଏହି ସଚେତନତା ପଦଯାତ୍ରାରେ ସାମିଲ ହୋଇ ବରିଷ୍ଠ ନାଗରିକଙ୍କ ପ୍ରତି ସମାଜର ସଚେତନତା ଉପରେ ଗୁରୁତ୍ବାରୋପ ସହିତ ଖୋର୍ଦ୍ଧା ଅଞ୍ଚଳରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ସହ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁରେନ୍ଦ୍ରନାଥ ମୁର୍ମୁ ପତକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ରାମ ଶଙ୍କର ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠାତା ସୁରଥ ମାନସିଂହ ଓ ଅଧ୍ୟକ୍ଷ ଡ଼ଃ ବିବେକାନନ୍ଦ ଛୋଟରାୟ ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ସହଯୋଗ କରିଥିଲେ । ଓ ପରିଶେଷରେ ଖୋର୍ଦ୍ଧା ଟାଉନ ହଲ ଠାରେ ଶେଷ ହୋଇଥିଲା । ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟ ଏ ପରି ଏକ ଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଅଞ୍ଚଳର ସମସ୍ତ ବୃଦ୍ଧିଜୀବି , ଖୋର୍ଦ୍ଧା ବାର ଆସୋସିଏସନ୍ , ଗଣମାଧ୍ୟମ ପ୍ରତିନିଧି ଓ ନାଗରିକ ମାନେ ପ୍ରଶଂସା କରିବା ସହ ଏହି ମହାବିଦ୍ୟାଳୟର ଉତ୍ତରାତ୍ତର ଉନ୍ନତି କାମନା କରିଥିଲେ ।