March 12, 2026

ଖୋର୍ଦ୍ଧା : ୩୦ ଲକ୍ଷ୍ୟ ରୁ ଉର୍ଦ୍ଧ ମୂଲ୍ୟର ବ୍ରାଉନ ସୁଗାର ସହ ଦେଶୀ ବନ୍ଧୁକ ଜବତ, ୭ ଗିରଫ। ଖୋର୍ଦ୍ଧା ର ଜନୈକ କାଉନସିଲରଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା।

IMG-20251028-WA0100
Share

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ପୋଲିସ କୁ ମିଳିଛି ଏକ ବଡ଼ ଧରଣର ସଫଳତା। ବ୍ରାଉନ ସୁଗାର ଡିଲ ବେଳେ ମାଡ଼ି ବସିଲା ପୋଲିସ। ବୋଲଗଡ଼ ଥାନା ଅନ୍ତର୍ଗତ ଦଳେଇ ସାହିର ଏକ ଘରେ ବଡ଼ ଧରଣ ର ବ୍ରାଉନ ସୁଗାର ଡିଲ ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ଏସ ପି ବିବେକାନନ୍ଦ ଶର୍ମା ଙ୍କ ନିର୍ଦେଶ କ୍ରମେ ଏସଡିପିଓ ନିହାର ରଞ୍ଜନ ପ୍ରଧାନ ଏବଂ ବୋଲଗଡ଼ ଥାନା ଅଧିକାରିଣୀ ସ୍ନିଗ୍ଧା ମୟୀ ବରାଳ ଏକ ୧୦ ଜଣିଆ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣା ସ୍ଥଳରେ ପହଁଚି ଚଢ଼ାଉ କରିଥିଲେ। ଏହି ସମୟରେ ସେଠାରେ ବ୍ରାଉନ ସୁଗାର ଡିଲ କରୁଥିବା ସମସ୍ତ ୭ଜଣକୁ ଗିରଫ କରିବା ସହିତ ଘଟଣା ସ୍ଥଳରୁ ୩୧୫ ଗ୍ରାମର ବ୍ରାଉନ ସୁଗାର ସହିତ ନଗଦ ୪ ଲକ୍ଷ୍ୟ ଟଙ୍କା ଏବଂ ଏକ ଦେଶୀ ବନ୍ଧୁକ ଜବତ କରିଥିଲେ। ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ବଡ଼ ବଜାର ଥାନା ଅଞ୍ଚଳର ପ୍ରଣୟ ରଥ,ସତ୍ୟଲୋଚନ ସାହୁ, ଖୋର୍ଦ୍ଧା ଆଦର୍ଶ ଥାନା ଅଂଚଳର ମହେଶ୍ୱର ସ୍ୱାଇଁ ଏବଂ ବୋଲଗଡ଼ ଥାନା ଅଞ୍ଚଳର ମିର ଅତାଉଲ୍ଲା, ମିର ଅବଦୁଲ୍ଲା,ମିର ମୁସ୍ତଫା ଅଲ୍ଲୀ ଏବଂ ଜଣେ ମହିଳା ମଇନା ବେଗମ ରହିଛନ୍ତି। ଏହି କରବାର ରେ ବ୍ୟବହୃତ ହୋଇଥିବା ୩ଟି ଦୁଇ ଚକିଆ ଏବଂ ୨ଟି ୪ଚକିଆ ଯାନ କୁ ମଧ୍ୟ ପୋଲିସ ଜବତ କରିଛି। ଏତେ ପରିମାଣର ବ୍ରାଉନ ସୁଗାର ସହ ଦେଶୀ ବନ୍ଧୁକ ଏମାନଙ୍କ ପାଖକୁ କିପରି ଆସିଲା ସେ ପୋଲିସ ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଜବତ ହୋଇଥିବା ଗାଡ଼ି ଗୁଡିକ ମଧ୍ୟରୁ ଗୋଟିଏ ଗାଡ଼ି ଖୋର୍ଦ୍ଧା ପୌରପାଳିକାର ଜନୈକ କାଉନସିଲରଙ୍କ ମାଲିକାନାରେ ଥିବା ଅନୁମାନ କରି ଏହି କାରବାରରେ ତାଙ୍କର ସମ୍ପୃକ୍ତି ଥିବା ନେଇ ଜନସାଧାରଣ ରେ ଚର୍ଚ୍ଚା ହେଉଛି। ତେବେ ଖୋର୍ଦ୍ଧା କୁ ନିଶାମୁକ୍ତ କରିବା ପାଇଁ ଏହି ପରି ଚଢ଼ାଉ ଜାରି ରହିବ ବୋଲି ଏସ ପି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।