July 3, 2024

୩୭ ତମ ନେସନାଲ ଗେମ୍ସ ରେ ନବରଙ୍ଗପୁର ଖେଳାଳୀଙ୍କ ରୌପ୍ୟ ପଦକ ହାସଲ

Share

 

 

(ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

 

ନବରଙ୍ଗପୁର: ଅକ୍ଟୋବର ୨୬ ରୁ ୨୯ ମଧ୍ୟରେ ଗୋଆ ଠାରେ ଅନୁଷ୍ଠିତ ହେଉଥିବା ୩୭ ନେସନାଲ ଗେମ୍ସ ରେ ଓଡ଼ିଶା ସରକାର ଙ୍କ ତରଫରୁ ୧୨ ଜଣ ପେଞ୍ଚାକ ସିଲାଟ ଖେଳାଳି ଭାଗ ନେଇଥିଲେ । ଓଡ଼ିଶାର ଉପାନ୍ତ ଅଞ୍ଚଳ ନବରଙ୍ଗପୁର ଜିଲ୍ଲାରୁ ୩ ଜଣ ଖେଳାଳି ଆଶୁତୋଷ ପୁଜାରୀ, ଗଣେଶ ପୁଜାରୀ ଓ ରବୀନ୍ଦ୍ର ଭତରା ଦଳଗତ ଭାବେ ରାଜସ୍ଥାନ,ଗୋଆ କୁ ହରାଇ ଫାଇନାଲ ରେ ମହାରାଷ୍ଟ୍ର ସହିତ ଖେଳି ରୌପ୍ୟ ପଦକ ହାସଲ କରି ଓଡ଼ିଶା ଓ ନବରଙ୍ଗପୁର ଜିଲ୍ଲାପାଇଁ ଗର୍ବ ଆଣିଛନ୍ତି । ସୂଚନଯୋଗ୍ୟ ଯେ ପୂର୍ବରୁ ଆନ୍ତର୍ଜାତିୟ ରେଫେରୀ ତଥା ନବରଙ୍ଗପୁର ପେଞ୍ଚକ୍ ସିଲଟର କୋଚ ହରିଶ୍ ବେହେରା ଙ୍କ ତତ୍ତ୍ଵାବଧାନରେ ଏହି ଅନୁଷ୍ଠାନ ର ଖେଳାଳି ମାନେ ବିଭିନ୍ନ ରାଜ୍ୟ ଓ ଜାତୀୟ ସ୍ତରରେ ଖେଳି ଅନେକ ପଦକ ଜିତି ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ଖେଳାଳୀଙ୍କ ସଫଳତା ନବରଙ୍ଗପୁର ଜିଲ୍ଲା ବାସି ଶୁଭେଚ୍ଛା ଜଣାଇବା ସହ ଅଭିନନ୍ଦନ ଜଣାଈଛନ୍ତି । ବିଶେଷ କରି ପେଞ୍ଚାକ ସିଲାଟ ଏସୋସିଏସନ ନବରଙ୍ଗପୁର ସଭାପତି ଦିପକ ସାହୁ , ଉପଦେଷ୍ଟା ଏବଂ ସମାଜସେବୀ ଜଗନ୍ନାଥ ମହାପାତ୍ର, ଜିଲ୍ଲା କ୍ରୀଡ଼ା ସଂଘର ସହ ସମ୍ପାଦକ ତଥା ଉପଦେଷ୍ଟା ମନୋଜ କୁମାର ପଟନାୟକ, ଉପଦେଷ୍ଟା ତଥା ବରିଷ୍ଠ ସମାଜସେବୀ ଜଗନ୍ନାଥ ବେହେରା, ଉପଦେଷ୍ଟା ତଥା ବରିଷ୍ଠ ଅଧିବକ୍ତା ରାମ ପ୍ରସାଦ ପାତ୍ର , ଚିତ୍ତରଞ୍ଜନ ପାତ୍ର , ଜିଲ୍ଲା କ୍ରୀଡା ଅଧିକାରୀ ବିନାୟକ ଖାଢଙ୍ଗା ସମେତ ଜିଲ୍ଲାର ସମସ୍ତ କ୍ରୀଡାବିତ ଶୁଭେଚ୍ଛା ଜଣାଇଛନ୍ତି।

You may have missed