October 5, 2024

ବେଲଗୁଣ୍ଠାରେ ଗଜ ଲକ୍ଷ୍ମୀ ପୂଜା

Share

ବେଲଗୁଣ୍ଠାରେ ଗଜ ଲକ୍ଷ୍ମୀ ପୂଜା

ବେଲଗୁଣ୍ଠା, 28/10, ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ମାଆ ଗଜ ଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ସହରର ହାଟପଦା ଏବଂ ଜଗନ୍ନାଥପ୍ରସାଦ ରୋଡ଼୍ ଛକରେ ମାଆ ଗଜ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I ହାଟପଦା ପୂଜା ମଣ୍ଡପରେ କର୍ତ୍ତା ଭାବେ ରାକେଶ କୁମାର ସାହୁ, ଧର୍ମପତ୍ନୀ ଶ୍ରଦ୍ଧାଞ୍ଜଳି ସାହୁ, ପୂଜକ ଦିବାନା ପତି, ଦିବାକର ପତି ଉପସ୍ଥିତ ଥିବାବେଳେ କମିଟି ସଦସ୍ୟ ପ୍ରଦୀପ କୁମାର ସାହୁ ଏବଂ ସମସ୍ତ ସଦସ୍ୟ ସହଯୋଗ କରିଥିଲେ I ସେହିପରି ଜଗନ୍ନାଥପ୍ରସାଦ ରୋଡ଼୍ ଛକ ପୂଜା ମଣ୍ଡପରେ କର୍ତ୍ତା ରୂପେ ବାବୁ ପାଣିଗ୍ରାହୀ, ଧର୍ମପତ୍ନୀ ଜୀନୀତା ପାଣିଗ୍ରାହୀ ଉପସ୍ଥିତ ଥିବା ବେଳେ ପୂଜା କମିଟି ଶରତଚନ୍ଦ୍ର ପଣ୍ଡା, ସମ୍ପାଦକ କ୍ରିଷ୍ଣା ପଟ୍ଟନାୟକଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ I ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ଅପରାହ୍ଣ ଚାରିଟା ପୂର୍ବରୁ ପୂଜା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା I

ଫଟୋ.              ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ