March 7, 2026

ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ପ୍ରଫୁଲ୍ଲ ମହାପାତ୍ରଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା 

IMG-20250728-WA0033
Share

 

ବୁଗୁଡା : ତା ୨୮/୦୭/୨୫ : ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ଗ୍ରାମସ୍ଥିତ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ଯାପୀଠର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ପ୍ରଫୁଲ୍ଲ କୁମାର ମହାପାତ୍ର(୭୨)ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଚାରି ବର୍ଷ ହେବ ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲା ବେଳେ ଗତ ରବିବାର ସକାଳେ ତାଙ୍କର ଦେହାନ୍ତ ହୋଇଥିଲା। ଏ ଖବର ପ୍ରଚାରିତ ହେବା ପରେ ତାଙ୍କର ବି.କରଡ଼ାବାଡ଼ି ଗ୍ରାମସ୍ଥ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଛାତ୍ରଗଣଙ୍କ ସମେତ ଗ୍ରାମବାସୀ ପହଞ୍ଚି ତାଙ୍କର ଅନ୍ତିମ ଦର୍ଶନ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସେ ଗତ ୨୦୧୩ ମସିହାରେ ଅବସର ଗ୍ରହଣ କରିଥିଲେ ଏବଂ ସେ ଜଣେ କର୍ତ୍ତବ୍ୟନିଷ୍ଠ ଓ ଦକ୍ଷ କ୍ରୀଡା ଶିକ୍ଷକ ଭାବେ ଅଞ୍ଚଳରେ ଜଣାଶୁଣା ଥିଲେ। ସେ ଗତ ୨୦୧୫ ମସିହାରେ ଶରୀର ଦାନ ନିମନ୍ତେ ଚୁକ୍ତି କରିଥିଲେ। ଫଳରେ ତାଙ୍କର ମର ଶରୀରକୁ ଏକ ଶୋଭାଯାତ୍ରାରେ ବି.କରଡ଼ାବାଡ଼ି ଗ୍ରାମ ପରିକ୍ରମା ପରେ ବ୍ରହ୍ମପୁର ଏମକେସିଜି କଲେଜକୁ ପ୍ରଦାନ କରାଯାଇଥିଲା।