March 7, 2026

ଭବାନୀପାଟଣାରେ ପ୍ରସିଦ୍ଧ ବୋତଲବାବା..

IMG-20250728-WA0018
Share

ଭବାନୀପାଟଣା ଉପକଣ୍ଠସ୍ଥ ଲଷ୍ମୀପୂର ପଂଚାୟତର ସରପଞ୍ଚ ତଥା ପୂର୍ବରୁ ବାବାଙ୍କ ନିକଟରେ ଚିକିତ୍ସିତ ହୋଇ ଠିକ ହୋଇଥିବା କିଛି ସ୍ଥାନୀୟ ଲୋକଙ୍କ ବିଶେଷ ଅନୁରୋଧ କ୍ରମେ ବିଭିନ୍ନ ଗଣମାଧ୍ୟମରେ ବହୁ ଚର୍ଚ୍ଚିତ ଭୁବନେଶ୍ୱରସ୍ଥ ଖଣ୍ଡଗିରି ଅଂଚଳର ପ୍ରସିଦ୍ଧ ରାଜୁ ବାବା ଓରଫ ବୋତଲ ବାବା, ଲଷ୍ମୀପୂର ପଂଚାୟତ ଅନ୍ତର୍ଗତ ଭବାନୀପୁର ଗ୍ରାମ ଠାରେ ଗତ ୨୬ ତାରିଖରୁ ଆସନ୍ତା ମାସ ୧o ତାରିଖ ପର୍ଯ୍ୟନ୍ତ ଲୋକଙ୍କ ଚିକିତ୍ସା ପାଇଁ ଏକ ଶିବିର ଆୟୋଜନ କରିଛନ୍ତି। ଏହି ଶିବିରରେ ଦୈନିକ ଶତାଧିକ ଲୋକ ଦୂର ଦୁରାନ୍ତ ଗ୍ରାମରୁ ଆସୁଥିବା ଦେଖିବାକୁ ମିଳୁଛି। ରାଜୁ ବାବାଙ୍କୁ ବ୍ୟକ୍ତିଗତ ଭାବରେ ପଚରାଯିବାରୁ, ସେ କହିଛନ୍ତି ଯେ,ହୃଦୟ ଜନିତ ରୋଗ, ଡାଇବେଟିସ, ମଳକଣ୍ଟକ, ଅର୍ଶ, ଥାଇରୋଏଡ଼, ପାରାଲିସିସ ପରି ରୋଗ କେବଳ ଏକ ବୋତଲ ପାଣି ଓ ଏକ ବୋତଲ ରାଶିତେଲ ଦ୍ୱାରା(ମନ୍ତ୍ର ଦ୍ୱାରା)ତଥା ଶରୀରର କେତୋଟି ସ୍ଥାନରେ ଚାପ ଦେଇ ସମ୍ପୂର୍ଣ ଭଲ କରିଦେଇପାରିବେ। ଚିକିତ୍ସା ବଦଳରେ ପାରିଶ୍ରମିକ ବାବଦରେ ପଚରାଯିବାରୁ ରାଜୁ ବାବା ସିଧା ସଳଖ କହିଲେ, ମୋର କୌଣସି ପାରିଶ୍ରମିକ ଦାବି ନାହିଁ କିନ୍ତୁ ଭକ୍ତ ଖୁସିରେ ଯାହାଦେଲେ ତାହା ଗ୍ରହଣ କରିବି। ଏହାପରେ ବାବା ସୂଚନା ଦେଇଥିଲେ ଆସନ୍ତା ମାସରେ ଏଠାରେ ଏକ ବିରାଟ ଯଜ୍ଞର ଆୟୋଜନ କରାଯିବ। ଏଥିସହ ବିଭିନ୍ନ ସମସ୍ୟା ନେଇ ଚିକିତ୍ସିତ ହେଉଥିବା କିଛି ଲୋକଙ୍କୁ ପଚରାଯିବାରୁ ସେମାନେ କହିଥିଲେ ଯେ, ଆଗ ଅପେକ୍ଷା ରୋଗ ସୁଧୁରିବାରେ ଲାଗିଛି। ଏଥିସହ କ୍ରମଶଃ ଲୋକଙ୍କ ଭିଡ ମଧ୍ୟ ବଢିବାରେ ଲାଗିଛି।

You may have missed