October 6, 2024

ପଳାସପଲ୍ଲୀ କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନ ଅବସରରେ ” ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ 

Share

 

ଭଂଜନଗର/ବେଲଗୁଣ୍ଠା, ୨୮ ଜୁଲାଇ: ଆଜି ଗଂଜାମ ଜିଲ୍ଲା ଭଂଜନଗର ସବଡିଭିଜନ ଅନ୍ତର୍ଗତ ସୋରଡ଼ା ବ୍ଳକ ପଳାସପଲ୍ଲୀ ଗ୍ରାମ କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଭାରତ ସରକାରଙ୍କ ନୂତନ ଜାତୀୟ ଶିକ୍ଷା ନୀତି ର ଚାରି ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନ କରାଯାଇଛି। ଭାରତର ଜଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ” ଏକ ପେଡ ମାକେ ନାମ୍ ” ବା ” ମା ପାଇଁ ଗଛଟିଏ” ଆହ୍ଵାନ କୁ ସାକାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ସମ୍ମାନୀତ ବିଜ୍ଞାନ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଆହ୍ଵାନ, ପ୍ରେରଣା ତଥା ଦିଗଦର୍ଶନ ରେ, କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରଞ୍ଜିତ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ସୁଦାମ ଚରଣ ଗୌଡ଼ ଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ଓ ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କ ସହଯୋଗ ରେ ଏହି ମହାନ୍ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଆଜିର ଏହି ପବିତ୍ର ବନମହୋତ୍ସବ ପାଳନ ଏବଂ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ଘୁମୁସର ଉତ୍ତର ବନଖଣ୍ଡ ଅଧିନସ୍ଥ କେନ୍ଦ୍ରିୟ ବନଖଣ୍ଡ ଅଧିକାରୀ ଶ୍ରୀ ପୃଥ୍ୱୀରାଜ ପ୍ରଧାନ ମୂଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ ଘୁମୁସର ଦକ୍ଷିଣ ବନଖଣ୍ଡ ସେକ୍ସନ ଅଫିସର ତଥା ବନସାଥୀ ଶ୍ରୀ ଅଶୋକ କୁମାର ସାହୁ, ପୂର୍ବତନ ବନ ବିଭାଗ କର୍ମଚାରୀ ଶ୍ରୀ ଶୁଳପାଣି ଶତପଥୀ, ଗାଙ୍ଗପୁର ସେକ୍ସନ ଫରେଷ୍ଟର ଶ୍ରୀ ଜୀବାନନ୍ଦ ତ୍ରିପାଠୀ, ଲାଠିପଡା ଫରେଷ୍ଟର ଶ୍ରୀ ମତି ଅମ୍ରିତା ଯେନା, ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀ ଅଶୋକ କୁମାର ଗୌଡ଼, ଶିକ୍ଷକ ଶ୍ରୀ ପ୍ରଦୀପ ରାଉତ, ଶିକ୍ଷୟିତ୍ରୀ ସୁଶ୍ରୀ ରେଶମା ସ୍ଵାଇଁ, ବିଦ୍ୟାଳୟ ର ସଭାପତି ଶ୍ରୀ ସୁଦାମ ଚରଣ ଗୌଡ଼, ବିଦ୍ୟାଳୟ ସଂପାଦକ ଶ୍ରୀ ଅଶୋକ କୁମାର ସ୍ଵାଇଁ, ପଳାସପଲ୍ଲୀ ଗ୍ରାମ ସଭାପତି ତଥା ଶିକ୍ଷକ ଶ୍ରୀ ରାଜକିଶୋର ସ୍ଵାଇଁ, ଗ୍ରାମ ସଂପାଦକ ଶ୍ରୀ ଲମ୍ବୋଦର ବିଷୋୟୀ, ସମ୍ବାଦ ସାହିତ୍ୟ ଘର ସଭାପତି ତଥା ରିପୋର୍ଟର ଶ୍ରୀ ପ୍ରଦ୍ୟୁମ୍ନ କୁମାର ପାତ୍ର, ଶିକ୍ଷକ ତଥା ଲେଖକ ଶ୍ରୀ ଶିଶିର କୁମାର ସ୍ବାଇଁ ଓ ଦଶମ ଶ୍ରେଣୀ କୃତି ଛାତ୍ରୀ ସୁଶ୍ରୀ ପ୍ରୟାସୀ ପ୍ରଜ୍ଞା ଲେଙ୍କା। ଉପସ୍ଥିତ ସମସ୍ତ ଅତିଥି ପରିବେଶ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ବନ୍ୟପ୍ରାଣୀ ସୁରକ୍ଷା, ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ଏବଂ ବ୍ୟାପକ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ ଓ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଆଜିର ଦିନରେ ବୃକ୍ଷ ରୋପଣ ର କେତେଯେ ଗୁରୁତ୍ଵ ରହିଛି, ତାହା ସମସ୍ତଙ୍କ ପାଇଁ ଆହ୍ୱାନ ରୂପେ ଦେଖାଦେଇଛି। ଆଜିର ଉତ୍ତପ୍ତ ବାୟୁ ମଣ୍ଡଳ, ପ୍ରବଳ ଗ୍ରୀଷ୍ମପ୍ରବାହ, ପ୍ରଚଣ୍ତ ରୁଦ୍ର ତାପ ରୁ ତ୍ରାହି ପାଇବାକୁ ହେଲେ ପରିବେଶ ଓ ପ୍ରକୃତି ସଂରକ୍ଷଣ ସହ ଏହାର ସମତୁଲତା ଏବଂ ଭାରସାମ୍ୟ ରକ୍ଷାକରିବା।

ବୃକ୍ଷ ବିନା ଏ ସଚରାଚର ଜୀବଜଗତ ଧ୍ଵଂସ ର ପାଦଦେଶରେ ଦଣ୍ଡାୟମାନ। ପ୍ରାଣୀ ଜଗତ ତିଷ୍ଠି ରହିବା ପାଇଁ ବ୍ୟାପକ ବୃକ୍ଷ ରୋପଣ ଏକମାତ୍ର ବିକଳ୍ପ ଏବଂ ସମାଧାନର ସୂତ୍ର। ପ୍ରକୃତିର ଗତିଶୀଳତା କୁ ବଜାୟ ରଖିବାକୁ ହେଲେ ବୃକ୍ଷ ଚାରା ରୋପଣ କୁ ଏକ ଆହ୍ଵାନ ଓ ଆନ୍ଦୋଳନ ରୂପେ ଗ୍ରହଣ କରିବା ସମସ୍ତଙ୍କ ର କର୍ତ୍ତବ୍ୟ ଓ ଦାୟିତ୍ଵ। ହେବା ଆବଶ୍ୟକ।

ଏହି ପରିପ୍ରେକ୍ଷୀରେ ଆଜି ପଳାସପଲ୍ଲୀ ଗ୍ରାମର କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଗ୍ରାମବାସୀଙ୍କ ତରଫରୁ ବନମହୋତ୍ସବ ପାଳନ ସହିତ ମା ପାଇଁ ଗଛଟିଏ ଓ ଗାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଚାରୋଟି ପର୍ଯ୍ୟାୟ ରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଗ୍ରାମ ଦାଣ୍ଡରେ ପରିବେଶ ସୁରକ୍ଷା ସଚେତନତା ଶୋଭାଯାତ୍ରା ଓ ବୃକ୍ଷ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ଙ୍କ ତରଫରୁ ବନ ବିଭାଗ କର୍ମଚାରୀ ମାନେ ଅଂଶଗ୍ରହଣ କରି ଗ୍ରାମ ବାସି ଙ୍କ ସହଯୋଗ ରେ ଗ୍ରାମର ପ୍ରତ୍ୟେକ ପରିବାରକୁ ଗୋଟିଏ ଗୋଟିଏ ବୃକ୍ଷ ଚାରା ବଣ୍ଟନ କରିଥିଲେ। ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମବାସୀ, ଗାଙ୍ଗପୁର ଓ ଲାଠି ପଡା ସେକ୍ସନ ର ଫରେଷ୍ଟର ଓ କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସ୍ଵାସ୍ଥ୍ୟ କର୍ମୀ, ଅଭିଭାବକ ମଣ୍ଡଳୀ, ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ଅଂଚଳର ଶୁଭେଚ୍ଛୁ ମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମାନଙ୍କ ଉପସ୍ଥିତି ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଯାୟୀ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ପ୍ରାଙ୍ଗଣରେ ସମସ୍ତଙ୍କ ଉପସ୍ଥିତି ରେ ପରିବେଶ ସୁରକ୍ଷା ସଚେତନତା ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିଥି ମାନଙ୍କ ଗହଣରେ ବିଦ୍ୟାଳୟ ଏବଂ ଗ୍ରାମବାସୀଙ୍କ ତରଫରୁ ପ୍ରକୃତି ବନ୍ଧୁ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କୁ ” ପ୍ରକୃତି ପୂଜାରୀ -୨୦୨୪ ସମ୍ମାନ ” ଏବଂ ଦଶମ ଶ୍ରେଣୀ କୃତି ଛାତ୍ରୀ ସୁଶ୍ରୀ ପ୍ରୟାସୀ ପ୍ରଜ୍ଞା ଲେଙ୍କା ଙ୍କୁ ” ପ୍ରତିଭା ସମ୍ମାନ – ୨୦୨୪ ” ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ଗଛ ଉପରେ ଆଧାରିତ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ପ୍ରକାଶ ଥାଉକି ଗତ ଜୁଲାଇ ୨୬ ତାରିଖ ରେ ବିଦ୍ୟାଳୟରେ କାରଗିଲ ବିଜୟ ଦିବସ ର ୨୫ ବର୍ଷ ପୂର୍ତ୍ତି ପାଳନ କରାଯାଇ ୨୫ ଟି ବୃକ୍ଷ ରୋପଣ କରାଯାଇଥିଲା। କାରଗିଲ ବିଜୟ ଦିବସ ଉପରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଜିର କାର୍ଯ୍ୟକ୍ରମ ରେ ସାର୍ଟିଫିକେଟ ଓ ପୁରସ୍କାର ବଣ୍ଟନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଲେଙ୍କା, ସାଗର, କାହ୍ନୁ, ଅଜୟ, ଆକାଶ, ପ୍ରଦୀପ, ସଂଜୟ ସାର୍ ଓ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଅଂଶଗ୍ରହଣ କରି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed