November 25, 2024

ସହନଶୀଳତା ଓ ଯୋଗାଯୋଗ କୌଶଳ ଯୁବ ପ୍ରସ୍ତୁତିର ସୋପାନ

Share

ସମ୍ବଲପୁର: ଦିନ ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଷୋଡଶ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲାଇବ୍ରେରି ର ନିଜସ୍ୱ ପ୍ରେକ୍ଷାଳୟରେ ସମାପିତ ହୋଇଯାଇଛି।ପ୍ରଥମ ଅଧିବେଶନ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ଜୀବନ ରେ ସହନଶୀଳତା ଓ ଗ୍ରହଣିୟତା ର ଉପକରିତା ଓ ମହତ୍ତ୍ୱ ଉପର ଆଲୋଚନା ଆରମ୍ଭ କରି ଜମନକିରା କଲେଜ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ବସନ୍ତ କୁମାର ଦାଶ ବିଭିନ୍ନ ଉଦାହରଣ ମାଧ୍ୟମରେ ପିଲାଙ୍କୁ ବୁଝେଇ ଏହି ମହତ ଗୁଣ ର ଅଧିକାରୀ ହେବାକୁ ଆହ୍ୱାନ ଦେଇଥିଲେ।

ଦ୍ଵିତୀୟ ଅଧିବେଶନ କୁ ଆରମ୍ଭ କରି ସୁନ୍ଦରଗଡ଼ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଶିବଶଙ୍କର ଷଡ଼ଙ୍ଗୀ ଯୋଗାଯୋଗ କୌଶଳ ଉପରେ ମନ୍ତ୍ବବ୍ୟ ରଖି ଉତ୍ତମ ଯୋଗାଯୋଗ ଶୈଳୀ ର ବିଭିନ୍ନ ଉଦାହରଣ ଦେଇ ଆମର ଅନ୍ୟ ସହିତ ଯୋଗାଯୋଗ କୁ ଶାଳୀନତା ସହ ସମ୍ପାଦନ କରିବାକୁ ଉପଦେଶ ଦେଇ ଆମର ଭାବ ପ୍ରକାଶ ପାଇଁ ଥିବା ବିଭିନ୍ନ ମାଧ୍ୟମ ବିଷୟରେ ଆଲୋଚନା କରିଥିଲେ। ସଂଯୋଜକ ରାଜେନ୍ଦ୍ର କୁମାର ପଣ୍ଡା ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଶିବିର ରେ ପିଲାଙ୍କୁ ଉତ୍ସାହିତ କରବାପାଇଁ ପ୍ରୋଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ଶଙ୍କର ପ୍ରସାଦ ପତି, ମୁରଲୀଧର ପ୍ରେମନାଥ ନାୟକ,ଡ଼. ଗିରିଧାରୀ ହୋତା,, ଡାକ୍ତର ଜୟଦେବ ମେହେର,ପୃଥିରାଜ ମିଶ୍ର,ଶାନ୍ତନୁ ପ୍ରଧାନ,ବିଭୁତିନାଥ ମାଝୀ,ପ୍ରୋଫାସର ଧନେଶ୍ୱର ମେହେର,ରବି ନାରାୟଣ ମିଶ୍ର ଗୋଲକ ବିହାରୀ ମିଶ୍ର

,ଙ୍କ ସମେତ ଅନେକ ଅବିଭାବକ ଉପସ୍ଥିତ ଥିଲେ ।

ଶ୍ରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।ଶେଷରେ ଜାତୀୟ ସଙ୍ଗୀତ ଗାନ ପରେ ସଭା ଶେଷ ହୋଇଥିଲା।ଆଜିର ପ୍ରଶିକ୍ଷଣ ଶିବିର ରେ ୧୫ ଟି ହାଇସ୍କୁଲ ରୁ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed