ପ୍ରାଥମିକ ବିଦ୍ୟାଳୟ ର ପାକାଲମାହାଶିକ୍ଷକ ମୋହିତ ଙ୍କ ଅକାଳ ବିୟୋଗ
ପ୍ରାଥମିକ ବିଦ୍ୟାଳୟ ର ପାକାଲମାହାଶିକ୍ଷକ ମୋହିତ ଙ୍କ ଅକାଳ ବିୟୋଗ
ବ୍ରାହ୍ମଣୀଗାଁ ତା:୨୮/୭କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସରାମୂଳି ପଞ୍ଚାୟତ ର ପାକାଲମାହା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ମୋହିତ ବଳିଆର ସିଂ ଙ୍କ ଅକାଳ ବିୟୋଗ ରେ ଅଞ୍ଚଳ ତଥା ଶିକ୍ଷକ ମହଲରେ ଶୋକ ର ଛାୟା ଖେଳି ଯାଇଛି। ସୂଚନା ଅନୁଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସେ ଗତ ୧୯ ତାରିଖ ଠାରୁ ଭୁବନେଶ୍ଵର ଏମ୍ସ ରେ ଚିକିତ୍ସିତ ହେଉଥିଲେ, ତେବେ ଭାଗ୍ୟ ର ବିଡ଼ମ୍ବନା ଚିକିତ୍ସିତ ଅବସ୍ଥାରେ ହିଁ ଗତ ୨୫ ତାରିଖ ଦିନ ମେଡ଼ିକାଲ ରେ ତାଙ୍କ ଦେହାନ୍ତ ହୋଇଥିଲା, ସେହି ସମୟରେ ତାଙ୍କ ସ୍ତ୍ରୀ ସବିତା ସିଂ, ବଡ଼ ଝିଅ ଶୀତଳ, ସାନ ଝିଅ ପ୍ରିୟଙ୍କା, ପୁଅ ରାହୁଲ ଓ ବଡ଼ ଭାଇ ରସେନ୍ତ, ବଡ଼ ଭାଉଜ କୁମାରୀ ପାଖରେ ଥିଲେ , ଅଚାନକ ତାଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଥିଲା , ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କ ମର ଶରୀର କୁ ନିଜ ଗ୍ରାମ ଧୁସାରି ଗାଁ କୁ ଅଣା ଯାଇଥିଲା, ତୁରନ୍ତ ପାଖା ପାଖି ଅଞ୍ଚଳ ରୁ ଓ ଦୁର ଦୂରାନ୍ତ ରେ ରହୁଥିବା ନିକଟ ସମ୍ପର୍କୀୟ ମାନେ ରୁଣ୍ଡ ହୋଇ ଶୋକାକୁଳ ପରିବେଶ ରେ ତାଙ୍କ ଅନ୍ତେଷ୍ଟି କ୍ରିୟା ସମ୍ମପାନ କରିଥିଲେ। ଖବର ପାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର ଓ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ସିଂ ମୃତକଙ୍କ ପରିବାର ରେ ପହଞ୍ଚି ଶୋକାକୁଳ ପରିବାର କୁ ସାନ୍ତୋନା ଦେବା ସହ ଶୁଦ୍ଧିକ୍ରିୟା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଦଶ ହଜାର ଟଙ୍କା ଅନୁଦାନ କରିଥିବା ଜଣାପଡିଛି। ସେ ଜଣେ ସୁଦକ୍ଷ ଶିକ୍ଷକ ଓ ଜଣେ ଭଦ୍ର ,ମେଳାପି, ଭାତ୍ରୁ ବତ୍ସଳ, ମିଷ୍ଠ ଭାଷି ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳ ବାସୀ ତାଙ୍କୁ ସହଜରେ ଭୂଲି ପାରୁ ନଥିବା ବେଳେ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଗଭୀରଶୋକ ପ୍ରକାଶ କରିଛନ୍ତି ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)