November 26, 2024

ଭଗବତ ଚାରିଟେବୁଲ ଟ୍ରଷ୍ଟ ଅସହାୟ ଙ୍କୁ ସାହା ହେଲେ

Share

—– ———-+-+-+————–++ ଉପରୋ୍କ୍ତ ଟ୍ରଷ୍ଟ ପ୍ରତିଷ୍ଠିତ ସଭାପତି ଶ୍ରୀଯୁକ୍ତ ଏସ୍ ପ୍ରକାଶ ଚନ୍ଦ୍ର ପାତ୍ର ଏହି ମାସ୧୪ ତାରିଖ ପ୍ରମେୟ ଖବର କାଗଜ ରୁ ପଢ଼ିଲେ ଯେ ବୁଗୁଡ଼ା ପିପୁଲ୍ସ କଲେଜ ନିକଟ ବୁଗୁଡ଼ା ବ୍ଳକ୍ ବିରଞ୍ଚି ପୁର ପଞ୍ଚାୟତର ବଗଡି ପଲ୍ଲୀ ଗ୍ରାମର ଏକ ଦିନ ମଜୁରିଆ ଶ୍ରୀ ଗଜେନ୍ଦ୍ର ପାତ୍ର ତାଙ୍କ ସ୍ତ୍ରୀ ଓ ୪ଜଣ ପିଲାଙ୍କ ସହ ବର୍ଷା ପାଣିରେ ଗୁରୁବାର ଭଙ୍ଗା ଚାଳଛପର କୁଡ଼ିଆରେ ଦୁର୍ବିସହ ଜୀବନ ବିତାଉଛନ୍ତି। ବର୍ଷାପାଣି ରୁ ବଞ୍ଚିବା ପାଇ ଚିରା ପଲିଥିନ୍ ଟାଣି ରହୁଛନ୍ତି । ଏହାପାଢି ଅଧ୍ୟକ୍ଷ କଷ୍ଟ ଉପଲବ୍ଧି କରି ସାହାଯ୍ୟର ହାତ ବଢାଇଲେ ଓ ନିଜର ଆଖି ଅପରେସନ ଯୋଗୁଁ ଯାଇନପାରି ବୁଗୁଡା ତାଙ୍କ ସଡୁଙ୍କ ପୁଅ ତଥା ବିଶିଷ୍ଟ ବ୍ୟବସାୟୀ ଶ୍ରୀ କୁନା ସାମନ୍ତରାୟ ଙ୍କୁ ୨୦୦୦ ଟଙ୍କା ପଠାଇ ଏକ ଭଲ ଟଆର୍ପଓଲଇନ୍ ଟିଏ କିଣି ଉକ୍ତ ପରିବାରକୁ ଦେବାକୁ କହିଲେ। ଏଣୁ ୨୦-୦୭-୨୦୨୩ ଗୁରୁବାରଦିନ ପ୍ରାୟ ୧୨ଟାବେଳେ କୁନା ସାମନ୍ତରାୟ ,ତାଙ୍କ ଦାଦା ଗଙ୍ଗାଧର ପାତ୍ର,କୁନାର ସାଙ୍ଗ ତଥା କଲେଜର ଅଧ୍ୟକ୍ଷ ଶ୍ରୀ ହରେ କ୍ରୁଷ୍ଣ ନାୟକ,ପିଇଟି ଅଧ୍ୟାପକ,୨ଜଣ ରିପୋର୍ଟର୍ ପାଣୁବାବୁ ଓ ବାବୁଲି ପଟନାୟକ ଙ୍କ ସମେତ ୧୦-୧୫ ଜଣ ଛାତ୍ର ସହ ଆଗକୁ ଘର ମାଲିକକୁ ପଚାରି କିଣି ନେଇଥିବା ନୁଆ ବଡ଼ ଟାର୍ ପୋଲିନ୍ ତାଙ୍କ ଘର ଉପରେ ପକାଇ ପରିବାରକୁ
ବର୍ଷାପାଣିରୁ ରକ୍ଷା କଲେ।ତା ସହିତ ୧୦କେଜି ଚାଉଳ ଓ କୁନା ନେଇଥିବା ପୁରୁଣା ଡ୍ରେସ୍ ଦେଇ ଆସିଲେ ହଠାତ୍ ସେ ସମୟରେ ବଡ଼ ବର୍ଷା ଏପରି ହେଲା ଯେ ସମସ୍ତ ସହଯୋଗୀ ସେ ସ୍ଥାନ ଛାଡି ଚାଲିଯିବାକୁ ବାଧ୍ୟ ହେଲେ।ଶେଷରେ ସମସ୍ତ ସହଯୋଗୀ ବିଶେଷତ କୁନାକୁ ସାହାଯ୍ୟ ଓ ସହଯୋଗ ପାଇଁ
ଧନ୍ୟବାଦ ଦେଇ ରହିଲି। ଈତି
ଅଧ୍ୟକ୍ଷ ଏସ୍ ପ୍ରକାଶ ଚନ୍ଦ୍ର ପାତ୍ର

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed