ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ରଥାରୂଢ଼ ହେଲେ ଚତୁର୍ଦ୍ଧା ମୂର୍ତ୍ତୀ..
ନୀଳଗିରି ( ଦେବାଶିଷ ଦାଶ )
ସମଗ୍ର ବିଶ୍ଵରେ ଆଜି ଶ୍ରୀ ଜଗନ୍ନାଥ ଙ୍କ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା କୋଟି କୋଟି ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଙ୍କ ଦ୍ଵାରା ପାଳନ କରା ଯାଉଛି।
ବିରଳ ଯୋଗ ପାଇଁ, ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ରଥ ଯାତ୍ରା ଚାଲିବ। କିନ୍ତୁ ଚଳିତ ବର୍ଷ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ସବୁବର୍ଷ ପରି ତିନି ଦିନ ଧରି ମହାପ୍ରଭୂ ଜଗନ୍ନାଥଙ୍କ ରଥ ଯାତ୍ରା ଅନୁଷ୍ଠିତ ହେବ।ପ୍ରଥମ ଦିନ ରେ,ପ୍ରଥମେ ସୁଦର୍ଶନ ଙ୍କୁ ଧାଡ଼ି ପହଣ୍ଡି ରେ ରଥା ରୁଢ଼ କରଯାଇଥିଲା।ପରେ ପରେ ସମସ୍ତ ରୀତି ନୀତି ପାଳନ କରା ଯାଇ , ବଡ ଭାଇ ବଳଭଦ୍ର,ପରେ ଭଉଣୀ ସୁଭଦ୍ରା ଓ ଶେଷରେ ଜଗତର ନାଥ ଜଗନ୍ନାଥ ଙ୍କୁ ଧାଡ଼ି ପହଣ୍ଡି ରେ ଆଣି ରଥାରୂଢ଼ କରାଯାଇଛି। ନୀଳଗିରିର ଆରାଧ୍ୟା ଦେବତା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଦି ସେବକ ରାଜସାହେବ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ଛେରା ପହଁରା କାର୍ଯ୍ୟ ଅତ୍ୟନ୍ତ ନିଷ୍ଠା ର ସହ ସମାପନ କରିଥିଲେ।ଆଜି ର ଏହି ପହଣ୍ଡି ଉତ୍ସବ କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇ ଥିଲା। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ, ସଂଧ୍ୟା ଆଳତୀ କୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଥିଲେ।
ଆଜି ର ଏହି କାର୍ଯ୍ୟକ୍ରମ ରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ,ବାଲେଶ୍ଵର
ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ,ତହସିଲ ଦାର ତଥା ଠାକୁର
ମାହାଲ ନିର୍ବାହୀ ଅଧିକାରୀ ସୋନମ୍ ଦାସ,
ବି ଡି ଓ, ବିକ୍ରମ କେଶରୀ ପରିଡ଼ା,ଏନ୍ ଏ ସି ଅଧ୍ୟକ୍ଷ ମହେନ୍ଦ୍ର ନାଥ ବେହେରା, ଡି ଆଇ ଜି
ସତ୍ୟଜିତ୍ ନାୟକ, ଉପ ଜିଲ୍ଲାପାଳ,ଡ. ମଧୁସ୍ମିତା ସାମନ୍ତରାୟ, ବିଡିଓ ବିକ୍ରମ କେଶୋରୀ ପରିଡ଼ା,
ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡ଼ା,ଏସ ଡି ପି ଓ,ପ୍ରମୋଦ କୁମାର ମଲ୍ଲିକ,ଆଇ ଆଇ ସି, ଗୋବର୍ଦ୍ଧନ ନାୟକ,ସୂଚନା ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ବାଳ ଗଣ ମାଧ୍ୟମ ପ୍ରତିନିଧି ସମେତ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ସମାଗମରେ
ପହଣ୍ଡି ବିଜେ କାର୍ଯ୍ୟ କ୍ରମ ରେ ସମ୍ପନ୍ନ ହୋଇଛି।
