April 26, 2026

କରଞ୍ଜିଆ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡି

IMG-20250628-WA0008
Share

 

 

ଦୋଷୀ ବିରୁଦ୍ଧରେ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରାଯାଉ

 

ପୀଡ଼ିତାଙ୍କୁ ପୋଲିସ୍ ସୁରକ୍ଷା ଯୋଗାଇ ଦିଆଯାଉ

 

ଭୁବନେଶ୍ୱର‌ ( ଦେବାଶିଷ ଦାଶ )

 

କରଞ୍ଜିଆ ଠାରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ କରଞ୍ଜିଆ ଏସଡିପିଓଙ୍କୁ ଭେଟି ଗଣଦୁଷ୍କର୍ମ ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

କରିଥିଲେ।

ପୀଡ଼ିତାଙ୍କ ବୟାନ ଅନୁଯାୟୀ, ତାଙ୍କୁ ମୋଟରସାଇକେଲରେ ୨ ଜଣ ବ୍ୟକ୍ତି ପ୍ରତାରଣା ମୂଳକ ଭାବେ ଲିଫ୍ଟ ଦେଇ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ, ଯେଉଁଠାରେ ଆସାମୀ ମାନଙ୍କ ସହଯୋଗୀ ପୂର୍ବରୁ ଉପସ୍ଥିତ ଥିଲେ। ସେହି ଅଞ୍ଚଳର ଏକ ଢାବାରେ ୩ ଜଣ ଅଭିଯୁକ୍ତ ମିଶି ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ବିଜେଡି ପ୍ରତିନିଧି ମଣ୍ଡଳୀ ଏହି ଘଟଣା ଉପରେ ଦୁଃଖ ପ୍ରକାଶ କରିଥିଲେ। ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଆସାମୀଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ପୀଡ଼ିତା କିଭଳି ନ୍ୟାୟ ପାଇବେ, ସେ ବିଷୟରେ ଏସଡିପିଓଙ୍କ ସହିତ ବିଜେଡି ପ୍ରତିନିଧି ମଣ୍ଡଳୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ତାର ଲଢ଼େଇ ଜାରି ରଖିବ ବୋଲି ଶ୍ରୀମତୀ ହେମ୍ବ୍ରମ କହିଥିଲେ।

ଏହି ପ୍ରତିନିଧି ମଣ୍ଡଳୀରେ ଶ୍ରୀମତୀ ତନୁଜା ମହନ୍ତ, ଶ୍ରୀ ଚକ୍ରଧର ହେମ୍ବ୍ରମ, ଶ୍ରୀ ରାଇସେନ୍ ମୁର୍ମୁ, ଶ୍ରୀ କାଶୀନାଥ ହେମ୍ବ୍ରମ, ଶ୍ରୀ ଅଭିଷେକ ପଟ୍ଟନାୟକ, ଶ୍ରୀ ଆନିସ ମାନ୍ନା, ଶ୍ରୀ ପପି ପୃଷ୍ଟି, ଶ୍ରୀମତୀ ସୁଭଦ୍ରା ମାରାଣ୍ଡି, ଶ୍ରୀମତୀ ନମିତା ଘଣ୍ଟିଆଳି ପ୍ରମୁଖ ସାମିଲ ଥିଲେ।