July 1, 2024

ଛତ୍ରପୁର ବିଧାୟକ ଙ୍କୁ ଅଷ୍ଟମ ବାଟାଲିୟନ ରେ ଭବ୍ୟ ସମର୍ଦ୍ଧନା

Share

 

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହର ନିକଟରେ ଥିବା ଛତ୍ରପୁର ଓ ଏସ ଏ ପି ଅଷ୍ଟମ ବାଟାଲିୟନ ପକ୍ଷରୁ ନବ ନିର୍ବାଚିତ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ଭବ୍ୟ ସମର୍ଦ୍ଧନା ଜ୍ଞାପନ କରାଯାଇଛି l ଏହି ଅବସରରେ ବିଧାୟକଙ୍କୁ ଅଷ୍ଟମ ବାଟାଲିୟନ ଦୁର୍ଗପତି ସାରଦା ପ୍ରସାଦ ଦାଶ ପୁଷ୍ପଗୁଛ ଦେଇ ସମର୍ଦ୍ଧିତ କରିଥିଲେ l ପରେ ବିଧାୟକ ଶ୍ରୀ ନାୟକ ବାଟାଲିୟନ ପରିସରରେ ମହାଦେବ ମନ୍ଦିରକୁ ଯାଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ l
ଡେପୁଟି କାମାଣ୍ଡେଣ୍ଟ ପ୍ରଫୁଲ କୁମାର ସିଂ,ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଜ୍ୟୋତି ରଞ୍ଜନ ନାୟକ,ନିହାର ରଞ୍ଜନ ରାୟ,ସୁବେଦାର ରଞ୍ଜିତ ଲେଙ୍କା,ଯୁଧିଷ୍ଠିର ରେଡି,ଜମାଦାର ପ୍ରଶାନ୍ତ କୁମାର ତ୍ରିପାଠୀ,ହାବିଲଦାର ଯଶବନ୍ତ ସ୍ୱାଇଁ,ପ୍ରଭାକର ବେହେରା ପ୍ରମୁଖ ବାଟାଲିୟନ କର୍ମକର୍ତ୍ତା ଓ ସିପାହୀ ମାନେ ଉପସ୍ଥିତ ରହିଥିଲେ l

You may have missed