September 21, 2024
Share

*╭───────────────────╮*
*🌄ସକାଳର ଖବର, ୨୮-ଜୁନ-୨୦୨୩, ବୁଧବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଜନ୍ମବେଦୀରେ ନଅ ଦିନର ଯାତ୍ରା ଶେଷ କରି ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ରତ୍ନବେଦୀକୁ ବାହୁଡିବେ ଚତୁର୍ଦ୍ଧା ମୂରତି,ଶରଧାବାଲି ଓ ବଡ଼ଦାଣ୍ଡରେ ଲାଗିବ ଭକ୍ତଙ୍କ ଭିଡ଼। ଦିନ ୧୨ଟାରେ ଆରମ୍ଭ ହେବ ପହଣ୍ଡି ।

➡️୨-କେନ୍ଦୁପତ୍ର ଉପରୁ ଜିଏସ୍‍ଟି ପ୍ରତ୍ୟାହାର ପାଇଁ ପୁଣି ଥରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଲେ ଚିଠି l

➡️୩-୮୪ ଜଣ ସେନା ଅଧିକାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ସେଥିମଧ୍ୟରୁ ୫୨ ଜଣଙ୍କୁ ଅତି ବିଶିଷ୍ଟ ସେବା ମେଡାଲ, ୩ ଜଣଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ ଓ ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଗଲା l

➡️୪-ପବିତ୍ର ଇଦ୍‌-ଉଲ୍‌-ଜୁହା ଅବସରରେ ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି ହେବ। ଘୋଷଣା କଲେ ରାଜ୍ୟ ସରକାର l

➡️୫-ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଧର୍ମପତ୍ନୀ ଯଶୋଦା ବେନ୍ l

➡️୬-ରାଜ୍ୟରେ ଆସନ୍ତା ୩ ତାରିଖରୁ ଅନୁଷ୍ଠିତ ହେବ ମାଟ୍ରିକ୍‍ ସପ୍ଲିମେଣ୍ଟାରୀ ପରୀକ୍ଷା l ଛାତ୍ରଛାତ୍ରୀମାନେ www.bseodisha.ac.ରେ ପ୍ରବେଶପତ୍ର ଡାଉନ୍‍ଲୋଡ କରିପାରିବେ ।

➡️୭-ନନ୍ଦନକାନନ ସରୀସ୍ବପ ଉଦ୍ୟାନରେ ଆନାକୋଣ୍ଡା ପୁଣି ଥରେ ଅସୁସ୍ଥ । ସାପଟି ଦୀର୍ଘ ୭ଦିନ ହେବ ରକ୍ତଝାଡାରେ ପୀଡିତ ଥିବା ସହ ଥଣ୍ଡାରେ ଆକ୍ରାନ୍ତ ହୋଇଛି।

➡️୮-ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଆଖପାଖ ଅଞ୍ଚଳରେ ଇଦ୍ ପାଳନ ହେବ ନାହିଁ । ପଣ୍ଡା ପୁରୋହିତଙ୍କ ବୈଠକରେ ନିଆଗଲା ନିଷ୍ପତ୍ତି l

➡️୯-ଆର୍ଥିକ ହେର୍‌ଫେର୍ ଅଭିଯୋଗରେ ଗରିଫ ହେଲେ ରିୟଲ ଇଷ୍ଟେଟ୍‌ କମ୍ପାନୀ ସୁପରଟେକ୍‌ର ଚେୟାରମ୍ୟାନ୍‌ ଆର୍‌.କେ ଅରୋରା।

➡️୧୦-ଅଡୁଆରେ ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନ୍। ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ବା ଦୋପଟଲେଖିଲା ଚିଠି।

➡️୧୧-ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ବରଗଡ଼ ଜିଲ୍ଲାରେ ପ୍ରସ୍ତାବିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ୧୬୭୭ କୋଟିରେ ନିର୍ମିତ ଏହି ପ୍ରକଳ୍ପ ୨୫,୬୦୦ ହେକ୍ଟର ଜମିକୁ ସେଚ ଯୋଗାଇବ । ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ ଭିକେ ପାଣ୍ଡିଆନ l

➡️୧୨-କାମ ନାହିଁ ତ ଦରମା ନାହିଁ, ସରକାରୀ କର୍ମଚାରୀଙ୍କ ପାଇଁ କଠୋର ନିୟମ ଆଣିଲେ ମଣିପୁର ସରକାର l

➡️୧୩-ଗୋଆ, ଗୁଜରାଟ ଓ ପଶ୍ଚିମବଙ୍ଗର ୧୦ଟି ରାଜ୍ୟସଭା ଆସନ ପାଇଁ ଜୁଲାଇ ୨୪ରେ ହେବ ଭୋଟଗ୍ରହଣ l ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଜୁଲାଇ ୧୩ ଥିବାବେଳେ ଭୋଟ ଗ୍ରହଣ ଓ ଗଣତି ଜୁଲାଇ ୨୪ରେ ହେବ।

➡️୧୪-ପୁଣି ହିଂସାରେ ଜଳିଲା ମଣିପୁର, ଦଙ୍ଗାକାରୀଙ୍କ ସହ ମୁହାଁମୁହିଁରେ ଜଣେ ବିଏସଏଫ ଯବାନ ହେଲେ ଶହିଦ l

➡️୧୫-ବିହାରର ସମସ୍ତିପୁର ରୋସାଡ଼ା ଥାନା ମାବି ଗାଁରେ ଗୀତ ଗାଉଥିବା ବେଳେ ମାଇକ୍ରୋଫନ୍‌ରୁ କରେଣ୍ଟ ଲାଗି ଗାୟିକାଙ୍କ ହେଲା ମୃତ୍ୟୁ l

➡️୧୬-ଦୁର୍ଘଟଣା ପରେ ଡାକ୍ତରଖାନାରୁ ହ୍ୱିଲ୍‌ ଚେୟାର୍‌ରେ ଫେରିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଘରେ ହେବ ଚିକିତ୍ସା, MRI ରିପୋର୍ଟରେ ବାହାରିଲା l ହେଲିକପ୍ଟରରୁ ଅବତରଣ ସମୟରେ ଆଣ୍ଠୁ ଓ ଅଣ୍ଠାରେ ଆଘାତ ଲାଗିବାରୁ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

➡️୧୭-ଆସନ୍ତାକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ହିଂସାଗ୍ରସ୍ତ ମଣିପୁର ଗସ୍ତ କରିବେ। ସେ ୨୯ ଓ ୩୦ ଦୁଇ ଦିନ ଧରି ମଣିପୁରରେ ରହି ସ୍ଥିତିକୁ ପରଖିବେ ଏବଂ ରିଲିଫ୍ କ୍ୟାମ୍ପ ଗସ୍ତ କରିବେ।

➡️୧୮-ଆସନ୍ତା ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ଦିନିକିଆ ବିଶ୍ୱକପ ୨୦୨୩, ଏନେଇ ମ୍ୟାଚସୂଚୀ ହେଲା ଜାରି l

➡️୧୯-ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଗତକାଲିଠାରୁ ୧୩ତମ ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତା ଆରମ୍ଭ ହୋଇଛି l

➡️୨୦-ସୁସ୍ଥ ହେଉଛନ୍ତି ବୁମ୍‌ରା, ଗୋଟିଏ ଦିନରେ ୭ ଓଭର‌ ବୋଲିଂ କଲେ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ବାହୁଡା଼ ଯାତ୍ରା ll*
*🔅ଆଜି ବୀମା ସଚେତନତା ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ବଜ୍ର ସୁରକ୍ଷା ଦିବସ ll*
*🔅ଆଜି ଜାତୀୟ ଚିତ୍ରକଳା ରନ୍ଧନ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ଶରୀର ବିଦ୍ଧ ଦିବସ ll*
*🔅ଆଜି CAPS LOCK ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*