ବିଜେଡି ପ୍ରତିନିଧିଙ୍କୁ ଅଣଦେଖା ନେଇ ବିଜେଡିର ପ୍ରତିବାଦ

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ବ୍ଲକ ରେ ବିଜେଡି ସମର୍ଥିତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଥିବା ନେଇ ମଙ୍ଗଳବାର ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ବିଜେଡି ନେତା ଓ କର୍ମୀ ମାନେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି l ଏନେଇ ପୂର୍ବାହ୍ନ ସମୟରେ
ବିଡ଼ିଓ ଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ମଧ୍ୟ ବିଡ଼ିଓ ଜାଣି ଶୁଣି କାର୍ଯ୍ୟାଳୟରେ ନଥିବା ନେଇ ବିଜେଡି ନେତା ଓ କର୍ମୀ ମାନେ ଧାରଣା ରେ ବସିଥିଲେ l ବିଡ଼ିଓ ବିଳମ୍ବ ରେ ପହଞ୍ଚିଥିଲେ ଯାହାକୁନେଇ ବିଜେଡି ଦଳ ପକ୍ଷରୁ
ହୋ ହାଲା କରାଯାଇଥିଲା l
l ପଞ୍ଚାୟତ ସ୍ତରରେ ହେଉଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ପଞ୍ଚାୟତରାଜ ଅନୁଷ୍ଠାନର ପ୍ରତିନିଧି ଙ୍କ ଗୋଚରରେ କରାଯାଉ ନାହିଁ l ଉନ୍ନୟନ କାର୍ଯ୍ୟରେ ରାଜନୈତିକ ହସ୍ତକ୍ଷେପ କରାଯାଉଅଛି l ବିଭିନ୍ନ ଯୋଜନାରେ ହିତାଧିକାରୀ ଚୟନରେ ଏବଂ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଛି ଏବଂ ବିଜେପି ସାମର୍ଥିତ ବ୍ୟକ୍ତିଙ୍କୁ ଅଗ୍ରାଧିକାର ପ୍ରଦାନ କରାଯାଉଛି l ପୂର୍ବତନ ବିଧାୟକ ହାତ ପାଣ୍ଠି କାର୍ଯ୍ୟାଦେଶ ଥିଲେ ମଧ୍ୟ କନିଷ୍ଟ ଯନ୍ତ୍ରୀ ମାନ ସେହି କାର୍ଯ୍ୟ ଗୁଡିକ ଲାଟ ଦେଉନାହାନ୍ତି ଏବଂ କିଛିଦିନ ପରେ ତୁମେ କରିପାରିବ ନାହିଁ କହି ବିଜେପି କର୍ମୀ ମାନଙ୍କୁ ଦେଇ କାର୍ଯ୍ୟ କରୁଛନ୍ତି l ବ୍ଳକ ପ୍ରଶାସନ ସ୍ତରରେ ପିସି କାରବାର ସମସ୍ତ ସୀମା ଉଲଂଘନ କରିଛି l ସରପଞ୍ଚ, ସମିତି ସଭ୍ୟ /ସଭ୍ୟା ଏବଂ ଜିଲ୍ଲା ପରିଷଦ ମାନଙ୍କ କ୍ଷମତାକୁ ସଂକୁଚିତ କରାଯାଉଥିବା ଲିଖିତ ଏକ ସ୍ମାରକ ପତ୍ର କୁ ବିଡ଼ିଓ ଙ୍କ ଜରିଆରର ଜିଲ୍ଲା ପାଳ ଙ୍କ ଉଧେଶ୍ୟ ରେ ପ୍ରଦାନ କାରାଯାଥିଲା l ଏହାର ସମାଧାନ ନହେଲେ ଆଗାମି ଦିନରେ ବିଜେଡି ପକ୍ଷରୁ ବଡ଼ ଧରଣର ଆନ୍ଦୋଳନ କରାଯିବା ନେଇ ଚେତାବନି ଦିଆଯାଇଥିଲା l
ପରେ ଗଞ୍ଜାମ ଥାନରେ ପହଞ୍ଚି ଆଇନ ଶୃଙ୍ଖଳା ରକ୍ଷା କରିବା ନେଇ
ଥାନା ଅଧିକାରୀ ସସ୍ମିତା ପାତ୍ର ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାସିଥିଲା l
ରାଜ୍ୟ ସାଧାରଣ ସମ୍ପାଦକ ଭୁଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, 15 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ବରିଷ୍ଟ ନେତା ବାନାମ୍ବର ପଲାଇ, ପ୍ରଶାନ୍ତ କର, ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଗଞ୍ଜାମ ନଗର ଯୁବ ସଭାପତି ସୁଧିର କୁମାର ପାଢ଼ୀ, ପୋଇରାଶି ସରପଞ୍ଚ ରବିନ୍ଦ୍ର ନାଥ ବେହେରା, ପୂର୍ବତନ ସମିତିସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ, ସୁବଳୟା ସମିତି ସଭ୍ୟା ମାମି ଦାସ, ସରପଞ୍ଚ ସସ୍ମିତା ବେହେରା, ପୂର୍ବତନ କାଉନ ସିଲର ଦଣ୍ଡପାଣି ପରିଡା, ରଞ୍ଜିତ ପଲାଇ, ପୂର୍ବତନ ସରପଞ୍ଚ ଡି. ଗୋବିନ୍ଦ ରେଡି, ସୁଦାମ ଜେନା, ବନବାସୀ ଖୁଣ୍ଟିଆ, ମାସେନୁ ରେଡି, ଘନଶ୍ୟାମ ରେଡି ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ l