May 29, 2025

ଅଲାରନାଥ ଙ୍କ ଅନବସର ଦର୍ଶନ ପ୍ରସ୍ତୁତି ର କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କଲେ ପୁରୀ ଏ ସ ପି ଓ ଜିଲ୍ଲାପାଳ ..

Share

ଜୁନ 12 ତାରିଖରୁ ଆରମ୍ଭ ହେଉଛି ମହାପ୍ରଭୂ ଶ୍ରୀ ଅଲାରନାଥ ଙ୍କ ଅନବସର ଦର୍ଶନ ।ସ୍ନାନ ପୂର୍ଣ୍ଣମାରେ ସହେ ଆଠ ଜଳ ସ୍ନାନ କରିବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅଣସର ଗୃହରେ ରହିବେ ।ମହାବାହୁ ଙ୍କ ଦର୍ଶନ ମିଳିବ ନାହିଁ। ପନ୍ଦର ଦିନ ଧରି ଶ୍ରୀ ଜଗନ୍ନାଥ ଙ୍କ ପ୍ରତୀକ ରୂପେ ଶ୍ରୀ ଅଲାରନାଥ ଦର୍ଶନ ଦେବେ ।ଦେଶ ବିଦେଶ ରୁ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁ ଅଲାରନାଥ ଙ୍କୁ ଦର୍ଶନ ନିମନ୍ତେ ଭିଡ଼ ଲାଗିବ । ଶୃଙ୍ଖଳିତ ଦର୍ଶନ, ପାନୀୟ ଜଳ, ପରିମଳ, ଟ୍ରାଫିକ ବେବସ୍ଥା, ସ୍ବାସ୍ଥ୍ୟ ସେବା ଆଲୋକି କାରଣ ଓ ବ୍ୟରିକେଟ ବେବସ୍ଥା ସହ ସିଶି ଟିଭି ଆଦି ର କିଭଳି କରା ଯାଇଛି ତାର ସମୀକ୍ଷା କରିବା ନିମନ୍ତେ ଆଜି ପୁରୀ ଏସ ପି ଭିନିତ୍ ଅଗ୍ରୱାଲ, ପୁରୀ ଜିଲ୍ଲା ପାଲ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ସହ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ମଧ୍ୟ ଯୋଗ ଦେଇ ମନ୍ଦିର ଓ ତାର ଭିତି ଭୂମି ପରିଦର୍ଶନ କରି ଶୃଙ୍ଖଳିତ ବ୍ୟବସ୍ଥା ର ସମୀକ୍ଷା କରି ଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed