March 31, 2025

ଅଭୟପୁର ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ।

Share

 

 

ପାତ୍ରପୁର ବ୍ଲକ ଜରଡ଼ା କ୍ଳଷ୍ଟର ଅଭାୟ ପୁର ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ, ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସଵ ଏଵଂ ଗପ ଶୁଣିବା ଗପ କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ଦଳେଇ ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ତିଳ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ନାଏବ ସରପଞ୍ଚ ମାଧବ ବାଡତ୍ୟା ସମ୍ମାନୀତ ଅତିଥି ଭାବେ ସମିତିସଭ୍ୟ ସନ୍ତୋଷ କୁମାର ପ୍ରଧାନ ସି ଆର୍ ସି ସି ପ୍ରଶାନ୍ତ କୁମାର ସାହୁ ଶିକ୍ଷାବିତ୍ ବି ରାମାରାଓ , ପୂର୍ବତନ ସି ଆର୍ ସି ସି ଲିଟୁ ପାତ୍ର, ପରିଚାଳନା କମିଟି ସଭାପତି ଭୀମସେନ ଘଡେ଼ଇ ପ୍ରମୁଖ ମଞ୍ଚାସିନ ରହି ଅଭିଭାଷଣ ପ୍ରଦାନ କରିଥିଲେ। ସହକାରୀ ଶିକ୍ଷୟତ୍ରୀ ନଳିନୀ ଦେବୀ ବିବରଣୀ ପଠନ କରିଥିଲେ। ଛାତ୍ର ଛାତ୍ରୀ ମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିବା ବେଳେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ସିଲ୍ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ଓ ଅବିଭାବକ ମାନେ ଯୋଗ ଦେଇଥିଲେ।