November 23, 2024

ନବୀନା ଙ୍କ ଦଳୀୟ ଟିକେଟ ଘୋଷଣା ପରେ ବିଜେପି ଶିବିର ରେ କମ୍ପନ……..

Share

ଉମେରକୋଟ! ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଆଗୁଆ ପ୍ରାଥୀ ଘୋଷଣା କରିଥିବା ବେଳେ ବିଜେପି କିମ୍ବା କଂଗ୍ରେସ ଏ ପର୍ଯନ୍ତ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିନାହାନ୍ତି, ସାଧାରଣ ଅନୁମାନ ରୁ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ପୁନର୍ବାର ପ୍ରାର୍ଥୀ ଓ କଂଗ୍ରେସ ସନରାଜ ଗଣ୍ଡ ଙ୍କ ଉପରେ ଆସ୍ଥା ପ୍ରକଟ କରି ପାରନ୍ତି! ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ!ନବୀନା ନାୟକ ଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ଉମେରକୋଟ ଓ ରାଇଘର ଅଞ୍ଚଳ ରେ ଆନନ୍ଦ ଭରା ମାହୋଲ ଦେଖିବାକୁ ମିଳିଥିଲା ସମର୍ଥକ ମାନେ ଖୁସି ରେ ବାଜା ବାଣ ର ତାଳେ ତାଳେ ପରସ୍ପର କୁ ମିଠା ବଣ୍ଟନ କରି ଅଭିନନ୍ଦନ ଜଣାଉଥିଲେ! ଉମେରକୋଟ ସ୍ଥିତ ବାସ ଭବନ ରେ ଶୁଭେଚ୍ଛା ଜଣାଇବା ପାଇଁ ସମର୍ଥକ ଙ୍କ ପ୍ରବଳ ଭିଡ଼ଦେଖି ବାକୁ ମିଳିଥିଲା!ସମର୍ଥକ ମାନେ ଏକ ଶୋଭାଯାତ୍ରା ଜରିଆରେ ବିଧାୟକ ପ୍ରାର୍ଥୀନୀ ଙ୍କୁ ପାଛୋଟି ନେଇଥିବା ସହ ସହର ପରିକ୍ରମା କରିଥିଲେ!ନବୀନା ନାୟକ ବର୍ତମାନ ରାଇଘର ପଂଚାୟତ ସମିତି ର ଅଧ୍ୟକ୍ଷ ଥିବା ବେଳେ ରାଜନୈତିକ ପୃଷ୍ଠ ଭୂମିରୁ ସେ ଦଳିତ ସମାଜ ସହିତ ରାଜନୈତିକ ଜୀବନ ଆରମ୍ଭ କରିଥିଲେ! ଦଳିତ ସମାଜରେ ଥିବା ବେଳେ ସୁଦୃଢ ଜନ ସମ୍ପର୍କ ତଥା ବିଭିନ୍ନ କ୍ଷେତ୍ର ରେ ସମ୍ନାନ୍ୱିତ ହେବା ସହ ରାଜନୀତି ଘର ର ଝିଅ ଏବଂ ପୂର୍ବତନ ବିଧାୟକ ସୁବାସ ଗଣ୍ଡ ଙ୍କ ସ୍ତ୍ରି ଭାବେ ବେଶ ପରିଚିତ! ନିଜର ମିଷ୍ଟି ଭାଷୀ କଥା ବାର୍ତା ଓ ପରୋପକାରୀ ଗୁଣ ଯୋଗୁ ଅଂଚଳ ର ପ୍ରଥମ ପସନ୍ଦ ହୋଇ ପାରିଛନ୍ତି! ସେ ପଟେ ତାଙ୍କର ପ୍ରାର୍ଥୀ ଘୋଷଣା ହେବା ପରେ ବିଜେପି ଶିବିରରେ କମ୍ପନ ଦେଖିବାକୁ ମିଳିଛି! ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଜଣେ ଉଚ୍ଚ ଶିକ୍ଷିତ ହୋଇ ଥିବା ବେକେ ଅଞ୍ଚକରେ ସେପରି କୌଣସି ଆଖିଦୃଶିଆ କାମ କରି ପାରି ନ ଥିବା ଯୋଗୁ ଅଂଚଳ ବାସୀଙ୍କ ମନ ମଧ୍ୟ ରେ ତାଙ୍କ ପ୍ରତି ଆଦର କମିବାରେ ଲାଗିଛି! ଜଣେ ଦୁଇ ଜଣ ହାତ ଗଣତି ନେତାଙ୍କୁ ଛାଡିଦେଲେ ପ୍ରାୟ ଅଧିକାଂଶ ନେତା ଙ୍କ ସମର୍ଥନ ତାଙ୍କ ପ୍ରତି ନାହିଁ ବୋଲି ଚର୍ଚ୍ଚାର ବିଷୟ ପାଲଟିଛି! ବିଧାୟକ ଙ୍କ ଜନା ଧାର ଦିନକୁ ଦିନ କମିବା ସହ ନବୀନା ଙ୍କ ପ୍ରତି ସମର୍ଥନ ବଢିବା ବିଧାୟକ ନିତ୍ୟାନନ୍ଦ ଙ୍କ ପାଇଁ ଅଡୁଆ ସାବ୍ୟସ୍ତ ହେବା କଥା କୁ ଏଡାଇ ଦିଆ ଯାଇ ନ ପରେ! ସେପଟେ ଦଳ ର ଗୋଷ୍ଠୀ କନ୍ଦଳ ଓ ବିଧାୟକ ଗୋଷ୍ଠୀ ଙ୍କ ଦବଦବା କିଛି ହାତ ଗଣତି ନେତାଙ୍କ ଇସାରାରେ ବିଧାୟକ କାମ କରୁଥିବା ଅଭିଯୋଗ ଦଳୀୟ ସମର୍ଥକ କରୁଥିବା ସହ ପାର୍ଟି ଲାଇନ ରୁ ଦୁରେଇ ରହି ଅଂଚଳ ର ବିକାଶ ପାଇଁ ନବୀନା ନାୟକ ଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରୁଛନ୍ତୁ! ବିଧାୟକ ଙ୍କ ମନୋମାନୀ କାର୍ଯ୍ୟ ଯୋଗୁ ସଂଗଠନ ଦୁର୍ବଳ ହେବା କଥା ସମର୍ଥକ ଙ୍କ ମଧ୍ୟ ରେ ଆଲୋଚନା ର ବିଷୟ ପାଲଟିଛି ସେପଟେ ନବୀନା ନାୟକ ଙ୍କ ପ୍ରତି ବଢୁଥିବା ଜନ ସମର୍ଥନ ବିଜେପି ର ଗୋଷ୍ଠୀ କନ୍ଦଳ କୁ ସାମନାରେ ପକାଇଛି!

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)