ମାର୍କୋଣା ଡାକ ବଙ୍ଗଳାରେ କବି ସମ୍ମିଳନୀ ଅନୁଷ୍ଠିତ…
ବାଲେଶ୍ଵର,ବାସ୍ତବରେ କବି ସମ୍ମିଳନୀ କବି ମାନଙ୍କ ମନରେ ଆଣି ଦେଇଥାଏ ଆନନ୍ଦ ।
ସାହିତ୍ୟ ଅନୁଷ୍ଠାନରୁ ଖବରଟିଏ ପାଇଲେ ଜଣେ କବି ମନରେ ଆନନ୍ଦ ଖେଳି ଯାଇଥାଏ କେମିତି ଯାଇ କବିତାଟିଏ ପାଠ କରିବ ।
ଅତି ଆଗ୍ରହର ସହିତ କବିତା ଟିକିଏ ଲେଖି ଶୀଘ୍ର ଶୀଘ୍ର ଯାଇଥାଏ କବିତା ପଢିବାକୁ ।
ସେଠାରେ ଯୋଗଦେଇ କବିତା ପାଠକରି ଆନନ୍ଦ ଉପଲବ୍ଧି କରିବା ସହିତ କେତେ ନୂଆ ନୂଆ କବିବନ୍ଧୁ ମାନଙ୍କ ସହିତ ପରିଚୟ ସୃଷ୍ଟି କରିଥାଏ ।
ଏହି ପରିପ୍ରେକ୍ଷୀରେ ତା ୨୭/୩/୨୪ ରିଖ ବୁଧବାର ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ମାର୍କୋଣା ଡାକ ବଙ୍ଗଳା ପରିସରରେ ସୃଜନ ଶ୍ରୀକ୍ଷେତ୍ର ମାର୍କୋଣା ଆନୁକୂଲ୍ୟରେ ୧୦ମ କବି କବିତା ମହାକୁମ୍ଭ-୨୦୨୪ ଅର୍ଥାତ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଏହି ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ, ପ୍ରତିଭା ସମ୍ବର୍ଦ୍ଧନା ଓ ବନ୍ଧୁ ମିଳନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କବି କବୟିତ୍ରୀ ମାନେ ଯୋଗଦେଇ କବିତା ପାଠ କରି ଆତ୍ମସନ୍ତୋଷ ଲାଭ କରିଥିଲେ ।
ଏଥି ସହିତ ନୂତନ ନୂତନ ପ୍ରତିଭାଧାରୀ ମାନଙ୍କ ସହିତ ମଧ୍ୟ ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇଥିଲେ ।
ଦୁଇ ଗୋଟି ପର୍ବରେ ଏହି ସାହିତ୍ୟ ଆସର ଶେଷ ହୋଇଥିଲା ।
ସୃଜନ ଶ୍ରୀକ୍ଷେତ୍ରର ସମ୍ପାଦକ କବି ଭରତ ଚନ୍ଦ୍ର ଦାଶ ଏହାର ଆୟୋଜକ ଥିଲେ ।
ପ୍ରଥମ ପର୍ବ ଥିଲା କବିତା ପାଠୋତ୍ସବର ପର୍ବ । ମଞ୍ଚାସୀନ ବିଭିନ୍ନ ଅତିଥି ମାନଙ୍କ ଦ୍ବାରା କବି ପର୍ବ ଆରମ୍ଭ ହୋଇଥିଲା । ଏଥିରେ ଜ୍ଯୋତ୍ସ୍ନାରାଣୀ ମହାନ୍ତି, ଜଳେଶ୍ବର, ବାଲେଶ୍ଵର, ମଧୁସ୍ମିତା ମିଶ୍ର, ବାଲେଶ୍ଵର, ଅଲିଶା ବି ମହାରଣା, ଅନନ୍ତପୁର, ବାଲେଶ୍ଵର, ଅଧ୍ଯାପିକା ଡ. ପ୍ରମିଳା ପାତ୍ର, ସୋର କଲେଜ, ବାଲେଶ୍ଵର, ପୂର୍ଣ୍ଣିମା ସିଂ, ବାଲେଶ୍ଵର, ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର, ସନ୍ଧ୍ୟାରାଣୀ ପାଣିଗ୍ରାହୀ, ସିମୁଳିଆ, ବାଲେଶ୍ଵର, ହରେକୃଷ୍ଣ ପଣ୍ଡା, କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ଖଇରା, ବାଲେଶ୍ଵର, ହେମନ୍ତ କୁମାର ନାୟକ, କେନ୍ଦୁଝର, କୈଳାସ ଚନ୍ଦ୍ର ପାଣିଗ୍ରାହୀ, ପଦ୍ମଲୋଚନ ଦାଶ, ରମାକାନ୍ତ ନାୟକ, ନାରାୟଣ ଚନ୍ଦ୍ର ପ୍ରଧାନ, ରବି କୁମାର ମହାନ୍ତି, ମନୋରଞ୍ଜନ ମୁଦୁଲି, ଜ୍ଯୋତି ସାହୁ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସଦାନନ୍ଦ ପାଣିଗ୍ରାହୀ, କମଳଶ୍ରୀ ମହାନ୍ତି, ପ୍ରଭାତ କୁମାର ଆଚାର୍ଯ୍ୟ, ନାରାୟଣ ଚନ୍ଦ୍ର ଦାସ, ଅଭିମନ୍ୟୁ ମିଶ୍ର, ଭାଗିରଥି ସ୍ବାଇଁ, ନରେଶ ଚନ୍ଦ୍ର ରାୟମହାପାତ୍ର, ପ୍ରଭାକର ସାହୁ, ଅର୍ଜୁନ ଚରଣ ଶିଅଳ, ଗୀତାରାଣୀ ଦାସ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ତପନ ମିତ୍ର, ପ୍ରଦୀପ୍ତ କୁମାର ମହାନ୍ତି, ଗୌତମ ପଲାଇ, ରଞ୍ଜନ କୁମାର ନାୟକଙ୍କ ସମେତ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ କବି କବୟିତ୍ରୀ ଉପସ୍ଥିତ ହୋଇ କବିତା ପାଠକରି ପ୍ରଶଂସା ପତ୍ର ହାସଲ କରିଥିଲେ । କବିତା ସଂଯୋଜନା କରିଥିଲେ କବି ହେମନ୍ତ କୁମାର ନାୟକ, କବି ପ୍ରଭାକର ସାହୁ ଓ କବୟିତ୍ରୀ ତାନଶ୍ରୀ ପାଣିଗ୍ରାହୀ । ଉକ୍ତ ପର୍ବକୁ ଉଦଘାଟନ କରିଥିଲେ ଗଦାଧର ଜେନା, କବିତା ପର୍ବରେ ମୁଖ୍ୟ ଅତିଥି ଭାବେ ଶରତ ଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଭାବେ ବ୍ରଜେନ୍ଦ୍ର ନାଥ ଗିରି ଓ ଅନ୍ୟ ଅତିଥି ମାନେ ମଞ୍ଚାସୀନ ଥିଲେ । ସେହିପରି ସମ୍ବର୍ଦ୍ଧନା ପର୍ବ ମଞ୍ଚରେ ମୁଖ୍ୟ ଅତିଥି ପ୍ରଫେସର ଡ. ବ୍ରଜମୋହନ ମିଶ୍ର, ମୁଖ୍ୟବକ୍ତା ଅଧ୍ଯାପକ ଡ. ବିଶ୍ବରଞ୍ଜନ ଦାସ ଓ ବିଶିଷ୍ଟ ଅତିଥି ଅଧ୍ଯାପିକା ଡ. ପ୍ରମିଳା ପାତ୍ରଙ୍କ ସମେତ ଅନ୍ୟ ମାନେ ମଞ୍ଚାସୀନ ଥିଲେ । ବିଭିନ୍ନ ପ୍ରତିଭାଧାରୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଧନ୍ୟବାଦ ପରେ ସଭାପତି ସଭା ସାଙ୍ଗ କରିଥିଲେ । ଦିବସବ୍ଯାପୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମ୍ପାଦକ ଭରତ ଚନ୍ଦ୍ର ଦାଶ ଓ ବାଇଚଢେଇ ପତ୍ରିକାର ସମ୍ପାଦକ କବି ବିକାଶ କୁମାର ଶତପଥୀ ।।