June 18, 2026

କୋଟପାଡ ବ୍ଲକ ପରିସରରେ ବ୍ଲକ ସ୍ତରୀୟ ମେଗା ସମନ୍ବୟ ମେଳା ଅନୁଷ୍ଠିତ

IMG-20230328-WA0041
Share

ଆଜି ତା- ୨୮. ୦୩. ୨୦୨୩ ରେ କୋଟପାଡ ବ୍ଲକ ପରିସରରେ ବ୍ଲକ ସ୍ତରୀୟ ମେଗା ସମନ୍ବୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ମେଳାରେ କୋଟପାଡ ବ୍ଲକର ବିଭିନ୍ନ ପଞ୍ଚାୟତ ରୁ ମୋଟ ୧୭୬ SHGମା, ମହାସଂଘ ଅଧୀନରେ କାର୍ଯ୍ୟରତ ସମସ୍ତ ଏମ୍ବିକେ, ସିଆରପି, ବ୍ୟାଙ୍କ ମିତ୍ର ଯୋଗଦାନ କରିଥିଲେ । ମୋଟ ୭୫ଟି WSHGଙ୍କୁ ଏକ କୋଟି ତେୟାନବେ ଲକ୍ଷ ଦୁଇ ହଜାର ଟଙ୍କା Fresh ଏବଂ Repeat ଲୋନ ପ୍ରଦାନ କରା ଯାଇଥିଲା । ଏହି ମେଳାରେ ମାନନୀୟା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋଟପାଡ ଶ୍ରୀମତୀ ସ୍ନେହପ୍ରଭା ମାଝୀ ଅଧ୍ୟକ୍ଷତା କରିଥିଲେ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ICDS, କୋଟପାଡ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, କୋଟପାଡ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ, ସ୍ଥାନୀୟ ବ୍ୟାଙ୍କ ଶାଖା ପରିଚାଳକ, ICDS Supervisors, ମିଶନ ଶକ୍ତି ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ପ୍ରକଳ୍ପ ପରିଚାଳିକା, ଓଡିଶା ଜିବୀକା ମିଶନ, ମିଶନ ଶକ୍ତି ବିଭାଗ ସୁଶ୍ରୀ ନମିତା ବାଘ ତଥା ବ୍ଲକ ପ୍ରକଳ୍ପ ସଞ୍ଜୋଜକ ସଞ୍ଜିବ ବେହେରା ପରିଚାଳନା କରିଥିଲେ ।

ଏହି ସମନ୍ବୟ ମେଳାରେ ମୋଟ ୧୦ଜଣଙ୍କୁ ଉଦ୍ୟୋଗ ରୁଣ ମୋଟ ୫ଲକ୍ଷ ମଧ୍ୟ ପ୍ରଦାନ କରା ଯାଇଥିଲା ।କୋରାପୁଟ ଜିଲ୍ଲା ପ୍ରତିନିଧି ହରିଷ ପଟ୍ଟନାୟକ ଙ୍କ ରିପୋର୍ଟ।

You may have missed